ଦକ୍ଷିଣ ଏସିଆନ ମର୍ଦାନୀ ସ୍ପୋର୍ଟସ ପ୍ରତିଯୋଗିତା

 ଯାଜପୁର : ଇଣ୍ଡିଆ ଭୁଟାନ ବୋର୍ଡର ସ୍ଥିତ ଜାଇଗାଓଁ ଠାରେ ଦ୍ୱିତୀୟତମ ଦକ୍ଷିଣ ଏସିଆନ ମର୍ଦାନୀ ସ୍ପୋର୍ଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାର ତିନିଜଣ ପ୍ରତିଯୋଗି ଇଣ୍ଡିଆ ଟିମ୍ ତରଫରୁ ଭାଗନେଇ ଦୁଇଟି ଇଭେଣ୍ଟସରେ ୬ଟି ମେଡାଲ ଜିତିଛନ୍ତି । ସେଥି ମଧ୍ୟରୁ ସମ୍ରାଟ ବାନେର୍ଜୀ ଫାଇଟରେ ସ୍ୱର୍ଣ୍ଣ, ସ୍ଟିକ୍ରେ କଂଶ୍ୟ, ଏସେବିସାଇ ସୁଲଗ୍ନା ଫାଇଟରେ ରୋପ୍ୟ, ଶକ୍ତିସ୍ୱରୂପ ଖଟୁଆ ଫାଇଟରେ ରୋପ୍ୟ ଏବଂ ସ୍ଟିକ୍ରେ ରୋପ୍ୟ ଜିତିଛନ୍ତି । ମର୍ଦାନୀ ସ୍ପୋର୍ଟସ ଆସେସିଏସନ୍ ଓଡିଶାର ପ୍ରେସିଡେଣ୍ଟ ପ୍ରଶାନ୍ତ ରାଉତରାୟ, ଜେନେରାଲ ସେକ୍ରେଟାରୀ ମନୋରଞ୍ଜନ ଭଞ୍ଜ ଏବଂ ଅନ୍ୟ କର୍ମକର୍ତା ମାନେ ସୁଭେଚ୍ଛା ଜଣେଇଛନ୍ତି ।