ଦୂର ହେଉନି ସିନାଦାସୀ ମଠ ଗାଁବାସୀଙ୍କ ଦୁଃଖ , ଆଜିବି କଚ୍ଚା ରାସ୍ତାରେ ଚାଲୁଛନ୍ତି ଶତାଧିକ ଲୋକ
ଯାଜପୁର,: ସ୍ୱାଧୀନତାକୁ ୭୬ ବର୍ଷ ପୁରିଲାଣି । ରାଜ୍ୟରେ ବିଜେଡ଼ି ସରକାର ୨୪ବର୍ଷ କାର୍ଯ୍ୟକାଳ ଶେଷ କରି ବିଦାୟ ନେଇଛି । ବିଜେଡ଼ି ସରକାର ଲୋକଙ୍କ ସରକାର ଏବଂ ବିକାଶ ତାର ମୂଳଲକ୍ଷ୍ୟ ବୋଲି କୁହାଯାଉଥିଲା । ହେଲେ ବିକଶିତ ସରକାର ସମୟରେ ବଦଳିଲାନି ସିନାଦାସୀ ମଠ ଗାଁବାସୀଙ୍କ ଦୁଖ । ଗାଁର ଶତାଧିକ ଲୋକ ନିଜର ଜନପ୍ରତିନିଧି ବାଛି ବିକାଶକୁ ଅନାଇ ରହିଥିଲେ ହେଁ ହେଲାନି ସେମାନଙ୍କ ଆଶା ପୂରଣ । ଆଜିବି ଗାଁର ଲୋକଙ୍କ ପାଇଁ କଚ୍ଚା ରାସ୍ତା ହୋଇଛି ଭରସା ।
ଆମେ କହୁଛୁ ବିଞ୍ଝାରପୁର ବ୍ଲକ କପିଳା ପଞ୍ଚାୟତ ସିନାଦାସୀ ମଠଗାଁର କଥା । ଯେଉଁ ଗାଁରେ ବାସ କରନ୍ତି ପାଖା ପାଖି ୧୦ପରିବାର । କିନ୍ତୁ ବଡ ଦୁଖର କଥା ଗାଁକୁ ନାହିଁ ପକ୍କା ରାସ୍ତା ଗାଁରୁ ବଜାରକୁ ଆସିବା ପାଇଁ ଲୋକେ ପାଖାପାଖି ଦେଢ଼ କିଲୋ ମିଟର କଚା ସଡ଼କେ;ର ଆସିଥାନ୍ତି । ବର୍ଷା ଦିନେ ପିଲା ମାନଙ୍କ ପାଠ ପଢ଼ା ବନ୍ଦ ବୋଲି କୁହନ୍ତି ଗ୍ରାମବାସୀ । ବର୍ଷା ଦିନେ ବଜାରକୁ ଆସିବା ପାଇଁ ଲୋକେ ହୁଲି ଡ଼ଙ୍ଗା କିମ୍ବା ପାଣିରେ ଆସନ୍ତି । ମେଡ଼ିକାଲ ଯିବା ପାଇଁ ଏଠି ଟୋକେଇ ଭରଷା କରିଥାନ୍ତି ଲୋକେ । ବାରମ୍ବାର ଅଭିଯୋଗ ଏବଂ ଦାବି ପରେ ବି କେହି କିଛି ଶୁଣିଲେନି । ଦୀର୍ଘ ୨୪ବର୍ଷର ସରକାର ବଦଳି ଗଲା ସତ ହେଲେ ରାସ୍ତାର ଅବସ୍ଥା ସୁଧୁରିଲାନି । ସରକାର ଯେତେବେଳେ ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନ ପାଇଁ ବିକାଶ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେତେବେଳ ଏହି ଗାଁ ପ୍ରତି କାହିଁକି ଅବିଚାର କରାଯାଇଥିଲା? ସରକାର ବଦଳିବା ପରେ ରାସ୍ତା ବଦଳିବାର ଆଶା ରଖିଛନ୍ତି ଗ୍ରାମବାସୀ ।