ବିଜେପିର ସଦସ୍ୟତା ଅଭିଯାନ ଓ ସମୀକ୍ଷା ବୈଠକ


ାା ପ୍ରଭାନୁ୍ୟଜ୍ ।ା ବାଲେଶ୍ୱର : ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ମହାମନ୍ତ୍ରୀ ତଥା ସଦସ୍ୟତା ଅଭିଯାନ ୨୦୨୪ର ରାଷ୍ଟ୍ରୀୟ ସହସଂଯୋଜକ ଦୁଷ୍ମନ୍ତ ଗୌତମ ମହୋଦୟଙ୍କ ତତ୍ୱାବଧାନରେ ରବିବାର ବାଲେଶ୍ୱର ଜିଲ୍ଲାର ସଦସ୍ୟତା ଅଭିଯାନ ୨୦୨୪ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ ମାତାଙ୍କ ବନ୍ଦନା ଓ ସାମୁହିକ ବନେ୍ଦ ମାତରମ୍ ଗାନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା । ବାଲେଶ୍ୱର ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମୀକ୍ଷା ବୈଠକକୁ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା ପରିଚାଳନା କରିଥିଲେ । ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ସ୍ୱାଗତ ଭାଷଣରେ ବିଗତ ଛଅ ଦିନରେ ହୋଇଥିବା ସଦସ୍ୟତା ଅଭିଯାନର ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ । ରାଜ୍ୟ ଉପସଭାପତି ତଥା ବାଲେଶ୍ୱର କ୍ଲଷ୍ଟର ଦାୟିତ୍ୱରେ ଥିବା ବିରଞ୍ଚିନାରାୟଣ ତ୍ରିପାଠୀ ସଦସ୍ୟତା ଅଭିଯାନର ବିବରଣୀ ପ୍ରଦାନ କରିଥିଲେ । 
ମୁଖ୍ୟ ଅତିଥି ଭାବେ  ରାଷ୍ଟ୍ରୀୟ ସହସଂଯୋଜକ ଦୁଷ୍ମନ୍ତ ଗୌତମ ତାଙ୍କ ବକ୍ତବ୍ୟରେ ପ୍ରଥମେ ବାଲେଶ୍ୱର ମାଟିକୁ ବାଲେଶ୍ୱର ଜିଲାର ମହାପୁରୁଷଙ୍କୁ ପ୍ରଣାମ କରି କଥା ଆରମ୍ଭ କରିଥିଲେ । ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ସର୍ବବ୍ୟାପୀ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ମୁଖ୍ୟବକ୍ତା ରୂପେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସଂଗଠନର ମୁଖ୍ୟ ଶକ୍ତି ହେଉଛି ସଦସ୍ୟ । ଦଳକୁ ଅଧିକ ରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ହେଲେ ଆମମାନଙ୍କୁ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ତେବେ ଏହି ବୈଠକରେ ବହୁ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ ।