ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟତା ସଂଗ୍ରହ ଅଭିଯାନ
ାା ପ୍ରଭାନୁ୍ୟଜ ।ା ବ୍ର୍ରହ୍ମବରଦା: ବରୀ ନିର୍ବାଚନ ମଣ୍ଡଳୀର ୩୬ ନଂ ଜୋନରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ ପଦଯାତ୍ରା ବ୍ରହ୍ମବରଦା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରା ବ୍ରହ୍ମବରଦା ବ୍ୟାଙ୍କ ଛକ ଠାରୁ ଆରମ୍ଭ ହୋଇ ତାରିଣୀ ଛକ ଠାରେ ଶେଷ ହୋଇଥିଲା । ସଦସ୍ୟତା ସଂଗ୍ରହ ଅଭିଯାନ ପଦଯାତ୍ରାରେ ଅତିଥି ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହୋଶ୍ୱର ସାହୁ, ଉପସଭାପତି ପୁଲିନ ପୁହାଣ, ଜିଲା କୃଷକ ମୋର୍ଚ୍ଚାର ସଭାପତି ପାଣ୍ଡବ ଚରଣ ଧଳ, ଜିଲା ପୂର୍ବତନ ସଭାପତି ଆଶୁତୋଷ ପରିଡ଼ା, ସ୍ୱଚ୍ଛଭାରତ ଅଭିଯାନର ସଂଯୋଜକ ପ୍ରଫୁଲ୍ଲ କୁମାର ଗିରି, ୩୬ନଂ ଜୋନର ସଭାପତି ପ୍ରଶାନ୍ତ ମହାରଣା, କୃଷକ ମୋର୍ଚ୍ଚାର ଉପସଭାପତି ସୌଭାଗ୍ୟ ନନ୍ଦ ଓ ପ୍ରଦୀପ ଦାସ, ସଞ୍ଜୟ ବେହେରା ପ୍ରମୁଖ ଯୋଗଦେଇ ସଦସ୍ୟତା ଗ୍ରହଣ କରାଇବା ସହ ଅଧିକରୁ ଅଧିକ ସଂଖ୍ୟକ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ତା ସହିତ ଏହି ପଦଯାତ୍ରା ସମୟରେ ବିଜେପି ନେତୃବୃନ୍ଦ ମାନେ ଲୋକଙ୍କ ଘରକୁ ଘର ବୁଲି ସଦସ୍ୟତା ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଯୋଗଦାନ କରିଥିଲେ ।