ଆଶା କର୍ମୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ରାଜ୍ୟ ଆଶା କର୍ମୀ ସଂଘ ଯାଜପୁର ଜିଲାଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ଅନୁଯାୟୀ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟରେ ଅଧିନରେ ଦେଶରେ ପ୍ରାୟ ୬ ଲକ୍ଷ ଆଶାକର୍ମୀ ଏବଂ ୫୦ହଜାର ଆଶା ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଛନ୍ତି । ଓଡ଼ିଶାରେ ପ୍ରାୟ ୫୦ହଜାର ଆଶା କର୍ମୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟିକାକରଣ, ପରିମଳ ମାତୃ ଓ ଶିଶୁଯତ୍ନ, ଔଷଧ ବିତରଣ ସହିତ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସମ୍ମାନଜନକ ସ୍ଥାୟୀ ବେତନ ଓ ଭତ୍ତା ପ୍ରଦାନ କରାଯାଉ ନାହିଁ । ଆଶାକର୍ମୀଙ୍କ ସହଯୋଗରେ ସମଗ୍ର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି । ଆଶା କର୍ମଚାରୀଙ୍କ ଦ୍ୱାରା ସହଜରେ ଅପହଞ୍ଚ ସ୍ଥାନରେ ସ୍ୱାସ୍ଥ୍ୟ ସୁବିଧା ଗୁଡିକ ପହଞ୍ଚିପାରୁଛି । ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ସରକାର ସ୍ୱାସ୍ଥ୍ୟ ବିଭାଗର ମେରୁଦଣ୍ଡ ବୋଲି ବିବେଚନା କରନ୍ତି କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ସରକାର ସେମାନଙ୍କ ଜୀବିକା ଏବଂ ପରିବାରର ରକ୍ଷଣବେକ୍ଷଣ ପ୍ରତି ଉପଯୁକ୍ତ ଧ୍ୟାନ ଦେଉନାହାନ୍ତି ।  କୋଭିଡ୍ ସମୟରେ ଆଶାକର୍ମୀ ନିଜ ଜୀବନକୁ ବାଜି ଲଗାଇ କାମ କରିଛନ୍ତି । ସଂପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିଷ୍ଠାର ସହିତ ସରକାରଙ୍କ ଆଦେଶ ପାଳନ କରିଛନ୍ତି । ଲୋକଙ୍କୁ କୋଭିଡ୍ରୁ ରକ୍ଷା କରିବାରେ ଏକ ପ୍ରମୁଖ ଭୂିମକା ଗ୍ରହଣ କରିଛନ୍ତି । ସରକାର ସେମାନଙ୍କ ଦାବି ଯଥା ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଉ, ଆଶା କର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ସେମାନଙ୍କୁ ମାସିକ ୧୮ହଜାରଟଙ୍କା ପ୍ରଦାନ କରାଯାଉ, ଆଶା କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ, ଅବସର ଆଶାକର୍ମୀଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ମାସିକ ୫ ହଜାର ଟଙ୍କା ପେନସନ୍ ଦିଆଯାଉ । ସବୁ ପିଏଚସି ଓ ସିଏନସିରେ ଆଶା ଗୃହ ନିର୍ମାଣ କରାଯାଉ, ସେମାନଙ୍କୁ ଯାତାୟତ ନିମିତ ବିନା ସୁଧରେ ସ୍କୁଟି ଯୋଗାଇ ଦିଆଯାଉ ବୋଲି ଦାବି କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାନେତ୍ରୀ ପୁଷ୍ପଲତା ରାଉତଙ୍କ ଅଧ୍ୟକ୍ଷତାରେ ବହୁ ସଂଖ୍ୟକ ଆଶାକର୍ମୀ ଉପସ୍ଥିତ ଥିଲେ ।