ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର
ଧର୍ମଶାଳା : ଜାରକା ରୋଟାରୀ କ୍ଲବ୍ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୨୯ ଜଣଙ୍କର ନିଃଶୁକ୍ଲ ଚକ୍ଷୁ ଚିକିତ୍ସା କରାଯାଇଥିଲା । ଶିବିରରେ ସୁଶ୍ରୀ ସ୍ୱାଗତିକା ଓ ଜ୍ୟୋତିରାଦିତ୍ୟ ରାୟ ଉପସ୍ଥିତ ରହି ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । କ୍ଲବ ସଭପତି ରାଜେନ୍ଦ୍ର ପ୍ରସାଦ ପଲେଇ ଓ ସମ୍ପାଦକ ଜୟପ୍ରକାଶ ତ୍ରିପାଠୀ, ପ୍ରଦୀପ୍ତ ବରାଳ, ଜୟନ୍ତ ସାହୁ, ଲକ୍ଷ୍ମୀକାନ୍ତ ଚାଉପଟ୍ଟନାୟକ, ପ୍ରମୋଦ ସାମଲ, ବିନୋଦ ପରିଡା, ସୁକାନ୍ତ ସ୍ୱାଇଁ, ନିରଞ୍ଜନ ପାଣିଗ୍ରାହୀ, ଜୟଗୁରୁ ପାତ୍ର ପ୍ରମୁଖ ରୋଟାରିଆନ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।