ଅନାସ୍ଥା ହାରିଲେ ଜାମବଣି ସରପଞ୍ଚ
ପ୍ରଭାନୁ୍ୟଜ ।ା କପ୍ତିପଦା:କପ୍ତିପଦା ବ୍ଲକ ଜାମବଣି ପଞ୍ଚାୟତର ସରପଞ୍ଚ ବିଭିନ୍ନ ଅନିୟମିତତା କାମରେ ସଂଶ୍ଲିଷ୍ଟ ରହୁଥିବାର ଦର୍ଶାଇ ଉକ୍ତ ପଞ୍ଚାୟତର ୧୧ଟି ୱାର୍ଡରୁ ୯ଜଣ ୱାର୍ଡମେମ୍ବର ଗତ ଅକ୍ଟୋବର ୨୩ ତାରିଖରେ ତାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ପଞ୍ଚାୟତରେ ଅନସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ହୋଇଥିଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଉଦଳା ବିଡିଓ ତୃପ୍ତି ବରିହା ଉପସ୍ଥିତ ରହି ପଞ୍ଚାୟତର ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ । ୧୧ଜଣ ୱାର୍ଡ଼ମେମ୍ବରଙ୍କ ମଧ୍ୟରୁ ୧୦ଜଣ ୱାର୍ଡ଼ମେମ୍ବର ଉପସ୍ଥିତ ରହିଥିଲେ ଏବଂ ଅନାସ୍ଥା ସପକ୍ଷରେ ୯ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ ଜଣେ ମାତ୍ର ଭୋଟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କପ୍ତିପଦା ବିଡ଼ିଓ ସିଦେ୍ଧଶ୍ୱର ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୁରଲୀଧର ଚାନ୍ଦ, କପ୍ତିପଦା, ଉଦଳା ଜିପିଇଓ ପ୍ରମୋଦ ରଞ୍ଜନ ନାଏକ, ଉପେନ୍ଦ୍ରନାଥ ସୋରେନ୍, ପିଇଓ ଲୋପାମୁଦ୍ରା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ପାଇଁ କପ୍ତିପଦା ପୁଲିସ ମଧ୍ୟ ଘଟଣାସ୍ଥଳରେ ମୁତୟନ ଥିଲେ ।
ପ୍ରକାଶଥାଉକି, କପ୍ତିପଦା ବ୍ଲକ୍ ଜାମବଣି ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଓଡ଼ିଶା ହାଇକୋର୍ଟରେ ଖାରଜ ହୋଇଯାଇଛି । ଉଚ୍ଚ ନ୍ୟାୟାଳୟରେ କରାଯାଇଥିବା ଆବେଦନ ଅନୁଯାୟୀ ରିଟ୍ ପିଟିସନ୍ ୪୪୯୧୮/୨୦୨୪ ଦାଖଲ ହୋଇଥିବା ସହିତ ଅନାସ୍ଥା ପ୍ରସ୍ତାବ ସିଦ୍ଧ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟରେ ସିଦ୍ଧ ହୋଇଥିଲା । ସବୁ ଯୁକ୍ତି ବହୁ ସମୟ ଧରି ଚାଲିବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ରହିତାଦେଶ କରାଯିବା ପାଇଁ ଆବେଦନକାରୀ ସରପଞ୍ଚ ପିଙ୍କି ମାଝୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ମାତ୍ର ଅନାସ୍ଥା ପ୍ରସ୍ତାବ ଉପରେ ରହିତାଦେଶ ଲାଗିପାରିବ ନାହିଁ ବୋଲି ପ୍ରତିପକ୍ଷଙ୍କ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ଅଭିଷେକ ଦାଶ ଯୁକ୍ତି ବାଢ଼ିବା ସହ ଶୁଣାଣି ଶେଷ କରିବା ସହିତ ଏହି ମାମଲାକୁ ଖାରଜ କରିବାକୁ ମଧ୍ୟ ୯ଜଣ ସଦସ୍ୟଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ । ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓକିଲ ଅଭିଷେକ ଦାଶଙ୍କ ଯୁକ୍ତିକୁ ଗ୍ରହଣ କରି ଗତ ୨୯ତାରିଖରେ ମାମଲାକୁ ଖାରଜ କରିଛନ୍ତି । ଏହି କେସ୍ ଗୋଟିଏ ଦିନରେ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ଏକ ଯୁଗାନ୍ତକାରୀ ରାୟ । ଏହି ମାମଲା ଖାରଜ ହେବା ପରେ ପିଙ୍କି ମାଝୀଙ୍କୁ ନିରାଶ ହେବାକୁ ପଡ଼ିଥିବାବେଳେ ତାଙ୍କ ବିରୋଧରେ ଭୋଟିଂର ରାସ୍ତା ସଫା ହୋଇଯାଇଛି । ହାଇକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ସପ୍ନିଲ ରାୟ ଓ ଏସ୍ ଶତପଥୀ ମାମଲା ପରିଚାଳନା କରିଥିବାବେଳେ ପ୍ରତିପକ୍ଷଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ଦାଶ ଯୁକ୍ତି ଉପସ୍ଥାପନ କରିଥିଲେ ।