ଉଚ୍ଛେଦ ପରେ ପୁଣି ରାସ୍ତାକଡ଼ ଜବରଦଖଲ

 ଭଦ୍ରକ  : ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଟାଉନର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ କରିଥିଲା । ପୁଣି ବର୍ଷେ ଭିତରେ ରାସ୍ତା କଡ଼ରେ ଟ୍ରଲି ରଖି ସ୍ଥାୟୀ ଦୋକାନ ପାଇଁ ବାଉଁଶ ଖୁଣ୍ଟ ବନ୍ଧାଗଲାଣି । ଅଭିଯୋଗ ପରେ ଆଜି ଟାଉନ ପୁଲିସ ଘଟଣାସ୍ଥଳ ପରଖି ରାସ୍ତାରୁ ଦୋକାନ ହଟାଇବାକୁ ଚେତାବନୀ ଦେଇଛି । ନଚେତ ପୁନଃ ଦୋକାନ ଉଚ୍ଛେଦ କରାଯିବ ବୋଲି କହିଛି । ତେବେ ଏହି ଜବରଦଖଲ ଯୋଗୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଗାଡ଼ି ପାର୍କିଂରେ ସମସ୍ୟା ଉପୁଜୁଛି ।