ଡେଲି ମାର୍କେଟରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ, ଜଳିଗଲା ୨ ବାଇକ୍ 

ାା ପ୍ରଭାନୁ୍ୟଜ ।ା ଅନୁଗୁଳ: ଅନୁଗୁଳ ନୁ୍ୟ ଡେଲି ମାର୍କେଟରେ  ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପନିପରିବା ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବା କାରଣ ଜଣାପଡ଼ିନଥିବା ଗ୍ୟାସ ଟାଙ୍କି ଫାଟିଯିବା କାରଣରୁ ନିଆଁ ଲାଗିଥିବା ସନେ୍ଦହ କରାଯାଇଛି । ବ୍ୟବସାୟୀମାନଙ୍କର କୋଡିଏରୁ ଊଦ୍ଧ୍ୱର୍ ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ଆଳୁ, ଅଦା, ରସୁଣ, ପିଆଜ, ଗାଜର, ବିଟ, କଖାରୁ ଆଦି ବହୁ ପରିବା ପୋଡ଼ି ନଷ୍ଟ ହୋଇଯାଇଛି ଏବଂ ଦୁଇଟି ବାଇକ୍ ମଧ୍ୟ ପୋଡ଼ି ଯାଇଛି ।  ତେବେ ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କଲା ବେଳକୁ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।