ଓପିଏଲ୍ ପ୍ରମିୟର ଲିଗ୍ ଉଦ୍ଘାଟିତ
ନାଉଗାଁ: ନାଉଗାଁ ବ୍ଲକ ଘୋଡାନ୍ସ ପଞ୍ଚାୟତ ଓଡପଏଙ୍ଗା ଗ୍ରାମରେ ଉଦ୍ଘାଟିତ ହୋଇଯାଇଛି ଓପିଏଲ୍ । ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ସମାଜସେବୀ ଦୀପକ ବିଶ୍ୱାଳ, ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ଯୁବ ନେତା ସାଶ୍ୱତ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପରେ ସମାଜସେବୀ ଦୀପକ ବିଶ୍ୱାଳ ବିଭିନ୍ନ ଅଞ୍ଚଳରୁ ଆସିଥିବା ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ତେବେ ଏହି ଓପିଏଲ୍ରେ ବିଭିନ୍ନ ଅଞ୍ଚଳରୁ ୧୬ ଟିମ୍ ଆସିଥିବା ବେଳେ, ମୋଟ ୬ ଓଭର ଖେଳା ଯିବ ।