୮୦ ୟୁନିଟ ରକ୍ତ ସଂଗ୍ରହ

 ଘୁ.ଉଦୟଗିରିି :  କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀ ରକ୍ତ ଭଣ୍ଡାରରୁ ଡାକ୍ତର ଡ.ଜୟଦିପ ଘୋଷଙ୍କ ନେତୃତ୍ୱରେ ଦୀନକୃଷ୍ଣ ମହାନ୍ତି, ରଶ୍ମିତା ନାୟକ, ପ୍ରଶାନ୍ତ କୁମାର ରତନାଲୁ, ବରୁଣ ବେହେରା ଏବଂ ଟିମ୍ ଆସି ରକ୍ତ ସଂଗ୍ରହ କରିଥିବା ବେଳେ ଅନିଲ ନାୟକ, ରୁଦାଙ୍ଗିଆ, ସନ୍ତୋଷ ଦିଗାଲ, ଗମାଣ୍ଡି ରାଇକିଆ ଓ ଅଜିତ ନାୟକ ପ୍ରଥମେ ରକ୍ତଦାନ କରିଥିଲେ । ଖ୍ରୀଷ୍ଟିଆନ୍ ଜନ କଲ୍ୟାଣ ସଭାପତି ପ୍ରଶାନ୍ତ କୁମାର୍ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅତିଥି ଭାବରେ ଫାଦର୍ ଦୁଷ୍ମନ୍ତ ନାୟକ ଓ ଏସଡ଼ିପିଓ ବିଜୟ କୁମାର ବିଶି ଉପସ୍ଥିତ ରହିଥିଲେ । ପରେ ଫୁଲବାଣୀ ରକ୍ତ ଭଣ୍ଡାରର ଅଧିକାରୀ ଡ.ଜୟଦିପ୍ ଘୋଷ କନ୍ଧମାଳ ଜିଲ୍ଲାରେ ରକ୍ତ ହୀନତା ବିଷୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମୋଦ ଚନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ନାୟକ, ଭୀମସେନ ନାୟକ, ଫିରୋଜ ଦିଗାଲ, ଆମନ ଚନ୍ଦ୍ର ନାୟକ, ଗଗନ କୁମାର ପ୍ରଧାନ, ସାମନ୍ତ ଶେଖର ନାୟକ, ଅନନ୍ତ ପ୍ରଧାନ, ଅଚୁ୍ୟତ ନାୟକ, ହେରୋଦ ନାୟକ, ହେରୋଦ ଦିଗାଲ, ଆଞ୍ଜୁମ ଅହମ୍ମଦ, ଦେବରାଜ ଦାସ, ବିଭୁ ନନ୍ଦନ ଦିଗାଲ, ଆଲୋକ ଚନ୍ଦ୍ର ନାୟକ, ନଳିନୀ ଦିଗାଲ, ଅନିଲ କୁମାର ଦିଗଲା, ସ୍ନିଗଦ୍ଧା ରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ପରିଚାଳନା କରିଥିଲେ ।