ବ୍ରିଜ୍ ସ୍ଳାବ ଭୁଶୁଡ଼ିବା ଘଟଣା : ତଦନ୍ତ ଆରମ୍ଭ କଲା ବୈଷୟିକ କମିଟି 

କଟକ:  କଟକ ରିଙ୍ଗରୋଡ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣା ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିଦେ୍ର୍ଦଶ କ୍ରମେ ୩ ଜଣିଆ ବୈଷୟିକ କମିଟି ଗଠନ ନେଇ ନିଦେ୍ର୍ଦଶନାମା ଜାରି କରାଯାଇଛି  । ଏହି କମିଟିରେ ପୂର୍ତ୍ତ ବିଭାଗ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ରୋଡସ୍-୨ର ମୁଖ୍ୟ ଯନ୍ତ୍ରୀ ଏବଂ କଟକର ଅତିରିକ୍ତ ଜିଲ୍ଲାପାଳ ସଦସ୍ୟ ରହିଛନ୍ତି  । ଆଜିଠାରୁ ତଦନ୍ତ ଆରମ୍ଭ ହୋଇଛି  । 
କଟକ ଖାନନଗର ନିକଟରେ ୬ ଲେନ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତରେ ଘଟିଲା ସେ ସମ୍ପର୍କରେ ଗଠିତ ବୈଷୟିକ କମିଟି ସବୁ ଦିଗକୁ ଅନୁଧ୍ୟାନ ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ  । ନିର୍ମାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା କିମ୍ବା ଅନ୍ୟ କେଉଁ କାରଣ ଯୋଗୁଁ ଏପରି ଘଟଣା ଘଟିଲା ସେ ସମ୍ପର୍କରେ କମିଟି ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରଦାନ କରିବ  । ଯଦି ଏଥିରେ କାହାରି ସମ୍ପୃକ୍ତି ଜଣାପଡେ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି  ।