ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ପିଟି ହତ୍ୟା, ସ୍ୱାମୀ ଗିରଫ

 ତିହିଡ଼ି : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାରସର ପଞ୍ଚାୟତ ଅଧିନ ସାପକାତିଆ ଗାଁରୁ । ଏହି ଗାଁର ପପୁ ଦାସ(୩୮) ସମୟରେ କୌଣସି କାରଣରୁ ରାଗାନ୍ୱିତ ହୋଇ ପିଟିପିଟି ନିଜ ସ୍ତ୍ରୀ ମାମୁନୀ ଦାସ(୩୦)କୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି । 
ପ୍ରଥମେ ମୁର୍ମୁଷୁ ଅବସ୍ଥାରେ ମାମୁନୀଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଉଥିଲା । ବାଟରେ ପ୍ରାଣବାୟୁ ଉଡିଯିବା ପରେ ଘରକୁ ଫେରେଇ ନେଇ ଯାଇଥିଲେ ପରିବାର ଲୋକେ । କେତେକ କୁଚକ୍ରୀଙ୍କ ପରାମର୍ଶ କ୍ରମେ ପୋଲିସ ଆଢୁଆଳରେ ଶବ ସକ୍ରର କରିବା ଲାଗି ମସୁଧା ଚାଲୁଥିବା ବେଳେ, ମୃତାଙ୍କ ବାପା ବାଂଶଡା ଥାନା ଛେଡାକ ଗାଁର ରମେଶ ଜେନା ଥାନାରେ ପହଞ୍ଚô ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ସାପକାତିଆ ଗାଁରେ ପହଂଚି ଶବକୁ ଜବତ କରିବା ସହିତ ହତ୍ୟାକାରୀ ଖସି ପଳେଇ ଯିବାକୁ ଉଦ୍ୟମ କରୁଥିବା ବେଳେ, କାବୁ କରଥିଲା । ଏଥିସହ ବ୍ୟବଚ୍ଛେଦ କରିବା ଲାଗି ଭଦ୍ରକ ପଠାଇଥିଲା । ଏନେଇ ଥାନାର ଏକ ମାମଲା ୧୩୦/୨୫ ରୁଜୁ କରି ହତ୍ୟାକାରୀ ପପୁ ଦାସକୁ ଗିରଫ କରିଛି । ମୃତାଙ୍କ ବାପାଙ୍କ ଅଭିଯୋଗ ମୁତାବକ, ସାପକାତିଆ ଗାଁର ଗୋଲେଖ ଦାସଙ୍କ ପୁଅ ପପ ଦାସ ଗତ ୧୨ ବର୍ଷ ପୂର୍ବେ ମାମୁନୀଙ୍କୁ ବିବାହ କରିଥିଲେ । କିଛି ବର୍ଷ ପରେ ପାରିବାରିକ କଳହ ଦେଖା ଦେଇ ଆସୁଥିଲା । ଶେଷରେ ମାମୁନୀଙ୍କୁ ତାର ସ୍ୱାମୀ ବାଡିରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।