ଜିଲ୍ଲାସ୍ତରୀୟ ଏକ ଦେଶ ଏକ ନିର୍ବାଚନ ସମ୍ମିଳନୀ

 ଭଦ୍ରକ : ପ୍ରତି ୫ବର୍ଷରେ ଥରେ ସାଧାରଣ ନିର୍ବାଚନ ସମୟରେ ଲୋକସଭା ନିର୍ବାଚନ ସହ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ହେଲେ ଦେଶ ଅଯଥା ସମୟ ଓ ଖର୍ଚ୍ଚର ଅପଚୟକୁ ରୋକି ପାରିବ । ବାରମ୍ବାର ନିର୍ବାଚନ ହେବାଦ୍ୱାରା ପ୍ରଶାସନିକ କଳ ଏବଂ ଅର୍ଦ୍ଧ ସାମରିକ ବଳର ଅଯଥା ବ୍ୟବହାରକୁ ମଧ୍ୟ ରୋକାଯାଇ ପାରିବ । ଏହାଛଡା ବାରମ୍ବାର ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବା ଦ୍ୱାରା ଦେଶର ବିକାଶ ମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି ।
 ଯାହା ଏକକାଳୀନ ନିର୍ବାଚନ ଦ୍ୱାରା ଯଥାରୀତି ତ୍ୱରାନ୍ୱିତ ହୋଇପାରିବ । ତେଣୁ ଭାରତ ସରକାର ଏହାକୁ ଲାଗୁ କଲେ ଦେଶ ପାଇଁ ସବୁ ଦୃଷ୍ଟିରୁ ଭଲ ହେବ ବୋଲି ସୋମବାର ଭଦ୍ରକ ଜିଲ୍ଲାସ୍ତରୀୟ ଏକ ଦେଶ ଏକ ନିର୍ବାଚନ ସମ୍ମିଳନୀ ଓ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ସହିତ ସ୍ମୃତି ଭବନରେ ଭାଜପା ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବକ୍ତାଭାବେ ଭୁବନେଶ୍ୱର ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି, ଭଦ୍ରକ ସାପ୍ସସଦ ଅଭିମନୁ୍ୟ ସେଠୀ, ଭଦ୍ରକ ବିଧାୟକ ସିତାପ୍ସଶୁ ଶେଖର ମହାପାତ୍ର, ଏକଦେଶ ଏକ ନିର୍ବାଚନ ରାଜ୍ୟ ଟୋଲି ସଦସ୍ୟା ପ୍ରତିଭା ମୟୀ ପାଣି, ବାସୁଦେବପୁର ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି, ଭଣ୍ଡାରୀପୋଖରୀ ବିଧାନସଭା ନେତା ସୁଧାଂଶୁ ନାୟକ, ବିଜେପି ନେତା ଅଜୟ ନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଏକ ଦେଶ ଏକ ନିର୍ବାଚନ ଓଡିଶା ରାଜ୍ୟ ଟୋଲି ସଦସ୍ୟ ତଥା ଏହି ଅଭିଯାନର ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ସପ୍ସଯୋଜକ ରାଜ୍ୟ ପ୍ରବକ୍ତା ପତଞ୍ଜଳି କର ଶର୍ମା ସମ୍ମିଳନୀର ଉଦେ୍ଦଶ୍ୟ ଜ୍ଞାପନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚାରି ଶହରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ, ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଏହି ଅଭିଯାନରେ ସାମିଲ ହୋଇଥିଲେ ।