ପଞ୍ଚାୟତସ୍ତରୀୟ ଗ୍ରାମସଭା ଅନୁଷ୍ଠିତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତରେ ଗ୍ରାମସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ୫ ବର୍ଷରେ ୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ପଞ୍ଚାୟତର ମୌଳିକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଚୟନ ପାଇଁ ଏହି ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ, ଅନୁନ୍ନତ ଜନଜାତି ବସବାସ କରୁଥିବା ଅଞ୍ଚଳକୁ ସଡକ ନିର୍ମାଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଆଦି ପ୍ରକଳ୍ପ ଚୟନ ପାଇଁ ଏହି ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ଗ୍ରାମସଭା ସଂଯୋଜନା କରିଥିଲେ । ଗୁରୁବାର ଅନ୍ୟ ୧୧ଟି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।