ଆନ୍ତଃକଲେଜ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା
ତାଳଚେର: ବିଶ୍ୱ ଏଡ୍ସ୍ ଦିବସ ପାଳନ ନେଇ ଉପଖଣ୍ଡସ୍ତରୀୟ ଆନ୍ତଃକଲେଜ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ତାଳଚେର ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୭ଟି +୨ ଓ ୬ଟି + ୩ ମହାବିଦ୍ୟାଳୟର ୨୪ଜଣ ପ୍ରତିଯୋଗୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦାନ କରିଥିଲେ । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶ ମୁତାବକ ବିଶ୍ୱ ଏଡ୍ସ୍ ଦିବସ ପାଳନ ପୂର୍ବରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ତାଳଚେର ରକ୍ତଭଣ୍ଡାରର ସ୍ୱଚ୍ଛାସେବୀ ସଦସ୍ୟ ଓ ନୀଳକଣ୍ଠେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବଳଭଦ୍ର ଜେନା ଉଦ୍ଘାଟନ କରିଥିଲେ । ପ୍ରତିଯୋଗିତାରେ ଶିଳ୍ପାଞ୍ଚଳ ମହିଳାମହାବିଦ୍ୟାଳୟ, କଣିହାଁ ମହାବିଦ୍ୟାଳୟ, ହିଙ୍ଗୁଳା ମହାବିଦ୍ୟାଳୟର +୨ ଓ +୩ ଏବଂ ଗଡ଼ତଳ +୨ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୦୧/୧୨/୨୦୨୪ ବିଶ୍ୱଏଡ଼ସ୍ ଦିବସ ଅବସରରେ ଉପଖଣ୍ଡସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବା ନେଇ ଅଧ୍ୟକ୍ଷ ଶ୍ରୀ ଜେନା ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି ।