କପିଳେଶ୍ୱରଙ୍କ ବିଗ୍ରହ ପ୍ରତିଷ୍ଠା 

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ଗ୍ରାମ ଠାରେ କୈଳାସ ବାସୀ ଶ୍ରୀଶ୍ରୀ କପିଳେଶ୍ୱରଙ୍କ ବିଗ୍ରହ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ଦିନରେ ଅଧିବାସ, କଳସ ଯାତ୍ରା, ଧାନାଧିବାସ, ଅଙ୍କୁରାରୋପଣ ଓ ମଣ୍ଡଳ କରଣ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ସୁରେନ୍ଦ୍ର ମୋହନ ପତି, ବନୀତା ପତି, ପ୍ରିତିରଞ୍ଜନ ପତି ଓ ମୋନିକା ପଣ୍ଡା ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ମନ୍ଦିର ପୂଜକ ନୀରଞ୍ଜନ ପତି, ଯଜ୍ଞ ପୁରୋଧା ଭାବେ ଗତିକୃଷ୍ଣ ମିଶ୍ର, କାହ୍ନୁଚରଣ ମିଶ୍ର ଓ ବୃନ୍ଦାବନ ମିଶ୍ର ପ୍ରମୁଖ ଯଜ୍ଞ ନୀତି ପରିଚାଳନା କରିଛନ୍ତି ।  ଗ୍ରାମ ନିକଟ ବ୍ରାହ୍ମଣୀ ନଦୀର କଙ୍କା ଘାଟରୁ ପୂଜାର୍ଚ୍ଚନା କରାଯାଇ ୧୦୮ ଜଣ ମହିଳା କଳସ ଯାତ୍ରାରେ ସାମିଲ ହୋଇ ମନ୍ଦିରକୁ ଆସିଥିଲେ । ଆସନ୍ତା ୧୯ ତାରିଖ ଦିନ ମନ୍ଦିର ପ୍ରବେଶ ଓ ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ଗ୍ରାମବାସୀ ଲଛମନ ପାତ୍ର, ହିମେନ୍ଦୁ ଶେଖର ପତି, ସନ୍ତୋଷ ପତି, ବସନ୍ତ ପତି, ତପନ ପତି, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।