ବ୍ରାଉନସୁଗାର ଜବତ
ପୁରୀ : ଅର୍ବାନହାଟ ନିକଟରେ ପାଟ୍ରୋଲିଂ ଡ଼ୁ୍ୟଟି କରୁଥିବା ବେଳେ ୧୦ଗ୍ରାମ୍ ୬୦ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ସମୁଦ୍ରକୂଳ ଥାନା ପୋଲିସ । ଏ ସଂକ୍ରାନ୍ତରେ ଚନ୍ଦନପୁର ଥାନା ବଳଭଦ୍ରପୁରର ସୂର୍ଯ୍ୟନାରାୟଣ ଦାସଙ୍କ ପୁଅ ସୁରେଶ କୁମାର ଦାସ ଓରଫ ଟାଇସନ୍ (୩୮)କୁ ଗିରଫ କରାଯାଇଛି । ଗତ ୨ ତାରିଖ ଦିନ ସମୁଦ୍ରକୂଳ ଥାନା ସବ୍ଇନ୍ସପେକ୍ଟର ଏସ୍.ପି. ବେହେରାଙ୍କ ରିପୋର୍ଟ କ୍ରମେ ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନାରେ ଏନ୍ଡ଼ିପିଏସ୍ ଆଇନର ୨୧(ଖ) ଦଫାରେ ୧୪୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅର୍ବାନ ହାଟ ମୁଖ୍ୟ ଫାଟକ ନିକଟରୁ ଗିରଫ କରାଯାଇଥିବା ଟାଇସନ୍କୁ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଇଛି ।