ଖାଇବା ତେଲରେ ଆତ୍ମନିର୍ଭର ହେବ ଭାରତ : ନିର୍ମଳା
budget 2025-26, Narendra Modi, Nirmala Sitaraman
ଭୁବନେଶ୍ୱର : ଖାଇବା ତେଲରେ ଆତ୍ମନିର୍ଭର ହେବ ଭାରତ । ଆଉ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ୬ ବର୍ଷିଆ ସ୍ୱତନ୍ତ୍ର ଯୋଜନା କରିବାକୁ ଯାଉଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ଏହି ଘୋଷଣା କରିଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଗତ ୧୦ ବର୍ଷରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯାଇଛି । ମହିଳା ଓ ମଧ୍ୟବିତଙ୍କ ଉପରେ ସ୍ୱତନ୍ତ୍ର ଫୋକସ ମଧ୍ୟ କରାଯାଇଛି । ଅଷ୍ଟମ ଥର ପାଇଁ ଲଗାତର ବଜେଟ୍ ଉପସ୍ଥାପନ କରି ନିର୍ମଳା ବିରଳ କ୍ଳବରେ ମଧ୍ୟ ସାମିଲ୍ ହୋଇଛନ୍ତି । ବଜେଟରେ କୃଷି ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଭାରତର ଅର୍ଥନୀତିକ ସମୃଦ୍ଧି ସାରା ବିଶ୍ୱକୁ ଚକିତ କରିଛି ବୋଲି ନିର୍ମଳା କହିଛନ୍ତି । ଚଳିତ ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।