କଫ ସିରପ୍ ଜବତ, ୧ ଗିରଫ

 ବରଗଡ : ବରଗଡ ଟାଉନ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର କଫସିରପ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ବରଡୋଲର ଅଜୟ ନାୟକ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ୧୧୧୦ ବୋତଲ କଫସିରପ ଜବତ କରାଯାଇଥିବାବେଳେ, ଯାହାର ଆନୁମାନିକ୍ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଯୁବକ ଅଜୟ ଗତକାଲି ବିଳମ୍ବିତ ରାତିରେ ପରିତ୍ୟକ୍ତ ସ୍ଥାନରେ କଫସିରପ ଲୁଚାଇ ରଖିଥିବା ବେଳେ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଅନ୍ୟମାନେ ଫେରାର ହୋଇଯାଇଥିବାବେଳେ ପୁଲିସ ବିପୁଳ ପରିମାଣର କଫସିରପ ସହ ଅଜୟକୁ ଧରିଥିଲା ।  ଏ ନେଇ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ଗିରଫ ଅଜୟକୁ କୋର୍ଟଚାଲାଣ କରାଯାଇଛି ।