ସହରାଞ୍ଚଳ ବିକାଶ ପାଇଁ ଲକ୍ଷେ କୋଟି

budget 2025-26, Narendra Modi, Nirmala Sitaraman

ସହରାଞ୍ଚଳ ବିକାଶ ପାଇଁ ଲକ୍ଷେ କୋଟି

ଭୁବନେଶ୍ୱର : ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ଅଣଚମଡ଼ା ଶିଳ୍ପ ଉପରେ ବି ସରକାର ଫୋକସ୍‌ କରିଛନ୍ତି  । ଅପରପକ୍ଷରେ କେନ୍ଦ୍ର ବଜେଟରେ ଏକ ବଡ଼ ଘୋଷଣା ହୋଇଛି  । ଉଚ୍ଚ ମାଧ୍ୟମିକ ସ୍କୁଲରେ ବ୍ରଡ଼ ବ୍ୟାଣ୍ଡ ବ୍ୟବସ୍ଥା କରାଯିବ  । 
ଖାଇବା ତେଲରେ ଆତ୍ମନିର୍ଭର ହେବ ଭାରତ  । ଆଉ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ  । ଏଥିପାଇଁ କେନ୍ଦ୍ର ସରକାର ୬ ବର୍ଷିଆ ସ୍ୱତନ୍ତ୍ର ଯୋଜନା କରିବାକୁ ଯାଉଛନ୍ତି  । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ ଏହି ଘୋଷଣା କରିଛନ୍ତି  ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରୁଛନ୍ତି  । ଗତ ୧୦ ବର୍ଷରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯାଇଛି  । ମହିଳା ଓ ମଧ୍ୟବିତଙ୍କ ଉପରେ ସ୍ୱତନ୍ତ୍ର ଫୋକସ ମଧ୍ୟ କରାଯାଇଛି  । ଅଷ୍ଟମ ଥର ପାଇଁ ଲଗାତର ବଜେଟ୍‌ ଉପସ୍ଥାପନ କରି ନିର୍ମଳା ବିରଳ କ୍ଳବରେ ମଧ୍ୟ ସାମିଲ୍‌ ହୋଇଛନ୍ତି  । ବଜେଟରେ କୃଷି ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରାଯାଇଛି  । ଭାରତର ଅର୍ଥନୀତିକ ସମୃଦ୍ଧି ସାରା ବିଶ୍ୱକୁ ଚକିତ କରିଛି ବୋଲି ନିର୍ମଳା କହିଛନ୍ତି  । ଚଳିତ ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି  ।