୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ
ନୂଆଦିଲ୍ଲୀ: ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣ ବ୍ୟକ୍ତିଗତ ଆୟକର ସୀମା ନେଇ ବଡ଼ ଘୋଷଣା କରିଛନ୍ତି । ନୂଆ ବ୍ୟବସ୍ଥା ଅନୁସାରେ ବର୍ତ୍ତମାନ ଷ୍ଟାଣ୍ଟାର୍ଡ ଡିଡକସନ୍ ସୀମାକୁ ୫୦ ହଜାରରୁ ୭୫ ହଜାରକୁ ବୃଦ୍ଧି କରିଥିବାବେଳେ ଏହି ବ୍ୟବସ୍ଥାରେ ୩ ଲକ୍ଷ ଆୟ ପର୍ୟ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡିବନି ।୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି । ତେବେ ୩ରୁ ୭ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଟିକସ ଲାଗୁ ହେବ । ୭ରୁ ୧୦ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ ହେବ । ସେହିପରି ୧୦ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟିକସ ଲାଗୁ ହେବ । ଏହାଛଡ଼ା ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟିକସ ଲାଗୁ ହେବ । ତେବେ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଟିକସ ଲାଗୁ ହେବ ।