ଭିନ୍ନକ୍ଷମଙ୍କୁ ମିଳିଲା ଟ୍ରାଇ ସାଇକେଲ ଓ ବସ୍ ପାସ୍
କେନ୍ଦୁଝର: ଭିନ୍ନକ୍ଷମ ଯୁବତୀଙ୍କୁ ମିଳିଲା ଟ୍ରାଇ ସାଇକେଲ ଓ ବସ୍ ପାସ୍ ଏବଂ ୪ ଡିସିମିଲ ସରକାରୀ ଜମି । ଗତ ଜାନୁୟାରୀ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତ ଅବସରରେ ସର୍କିଟ ହାଉସ ଠାରେ ଭିନ୍ନକ୍ଷମ ଯଶୋଦା ନାଥ (୪୪)ତାଙ୍କ ଗୁହାରୀ ଜଣାଇଥିଲେ । ସମାଜସେବୀ ସୁଧିର କୁମାର ନନ୍ଦ ଭିନ୍ନକ୍ଷମଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଭିନ୍ନକ୍ଷମ ବାବଦରେ ୧୦୦୦ଟଙ୍କା ଭତ୍ତା ମିଳୁଥିବାବେଳେ ୮୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବାରୁ ତାଙ୍କୁ ୩୫୦୦ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ତୁରନ୍ତ ପୁନଃ ମେଡିକାଲ ବୋର୍ଡରେ ଯାଞ୍ଚ କରିବାକୁ ଜିଲ୍ଲାପାଳ ବିଶାଲ ସିଂହଙ୍କୁ ନିଦେ୍ର୍ଦଶ ଦେବା ସହିତ ତିନି ଚକିଆ ସାଇକେଲ ଏବଂ ସଦର ତହସିଲ ଘର ଡିହ ଜମି ଯୋଗାଇ ଦିଆଯିବା ସହ ସହ ପ୍ରଧାନମନ୍ତ୍ରୀ ଆବାସରେ ଘର ଯୋଗାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ଗତକାଲି ମେଡିକାଲ ବୋର୍ଡରେ ପରୀକ୍ଷା କରାଯାଇଥିବାବେଳେ ଆଜି ଯଶୋଦା ନାଥ ଓ ୧ ନମ୍ବର ୱାର୍ଡ ବଣିଆ ସାହିର ସୋନୁ ଚୌଧୁରୀ ବୟସ -୧୩ଙ୍କୁ କେନ୍ଦୁଝରଗଡ ପୌରପାଳିକା ପରିସରରେ ପୌରାଧ୍ୟକ୍ଷ ନିକୁ ସାହୁ, ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ, ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ କାଉନସିଲରମାନଙ୍କ ଉପସ୍ଥିତିରେ ଉଭୟଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ ।