ମଧୁବାବୁଙ୍କ ତିରୋଧାନ ଦିବସରେ ମାଲ୍ୟାର୍ପଣ : ଜିଲ୍ଲାର ପ୍ରତି ସ୍କୁଲରେ ପାଳନ ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ

 ଭଦ୍ରକ: ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୁରୁଣା କୋର୍ଟ ପରିସରରେ ଅବସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମଧୁବାବୁ କେବଳ ଜଣେ ବିଶିଷ୍ଟ ଓ ବିଚକ୍ଷଣ ଆଇନଜ୍ଞ ଥିଲେ ତାହାନୁହେଁ, ସ୍ୱତନ୍ତ ଉକ୍ରଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅନନ୍ୟ ଥିଲା, ତତ୍କାଳୀନ ଓଡ଼ିଶାର ସାମଜିକ, ଅର୍ଥନୈତିକ, ରାଜନୈତିକ ଅବସ୍ଥାକୁ ପ୍ରଗତିଶୀଳ କରାଇବାରେ ତାଙ୍କର ଅତୁଳନୀୟ ଅବଦାନ ଯଥାର୍ଥରେ ତାଙ୍କୁ ଉକ୍ରର ର ଗୌରବ ଆଖ୍ୟା ପ୍ରଦାନକୁ ପ୍ରମାଣିତ କରେ । ତାଙ୍କର ଆଦର୍ଶ, ବ୍ୟକ୍ତିତ୍ୱ ବିଷୟ ଆଜିର ଉତ୍ତରପିଢ଼ିଙ୍କୁ ଅବଗତ କରାଇବା ଆମର ଦାୟୀତ୍ୱ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଏହି ଦିବସରେ ଅନ୍ତତଃ ଗୋଟିଏ ପିରିଅଡ଼୍ ଜିଲ୍ଲାର ସମସ୍ତ ସ୍କୁଲରେ ପିଲାମାନଙ୍କ ପାଇଁ ମଧୁବାବୁଙ୍କ ବିଷୟରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ନିଦେ୍ର୍ଦଶ ପ୍ରଦାନ କରିଥିଲେ ।     ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ, ତ୍ୟାଗଭୂମିର ସଭାପତି ତଥା ସମାଜ ସେବୀ ଅଜୟ ନାୟକ, ସାହିତି୍ୟକା, ଶିକ୍ଷାବିତ୍ ଝରଣା ପଟ୍ଟନାୟକ, ରାଧାରାଣୀ ମହାପାତ୍ର, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାପାତ୍ର, ଓକିଲ ସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଓ ଅନ୍ୟ ଆଇନଜୀବିଙ୍କ୍ ସହ ଲକ୍ଷ୍ମୀକାନ୍ତ ବାରିକ୍, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ପ୍ରମୁଖଙ୍କ ସହ ଜିଲ୍ଲାସ୍କୁଲର ପିଲାମାନେ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସାମିଲ ଥିଲେ ।