ଶିଶୁମଠ ବାବାଙ୍କ ବିରୋଧରେ ଏତଲା

 ବାଲିପାଟରା : ସିଦ୍ଧ ସାଧକ ଶିଶୁ ଅନନ୍ତ ଙ୍କ ପବିତ୍ର ସାଧନା ପୀଠ ଶିଶୁମଠର ପରିବେଶ ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରସ୍ଥାନ । ବାବା ଦୀନକୃଷ୍ଣ ଦାସଙ୍କ ଦେହାନ୍ତ ପରଠାରୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ସରକାରୀ ଅନୁଦାନରେ ପାରିପାର୍ଶିକ ବିକାଶ ହେବା ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରାଯାଇଛି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ  କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଏହି ପବିତ୍ର ସ୍ଥାନକୁ ବିବାଦୀୟ କରିବାକୁ ପ୍ରୟାସ କରିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରୁଛି । ବହୁ ବର୍ଷ ଧରି ସେବା ପୂଜା କରୁଥିବା ମଠର ବାବା, ଯିଏକି ଭିକ୍ଷାସି ମଠ ଯୋଗୁଁ ଭିକ୍ଷା ମାଗି କାର୍ଯ୍ୟ ଚଳାଉଛନ୍ତି,ତାଙ୍କ ବିରୁଦ୍ଧରେ ଏତଲା ଦେବା ପରେ, ବାବାଙ୍କ ତରଫରୁ ମଧ୍ୟ ପାଲଟା ଏତଲା ଗ୍ରାମବାସୀଙ୍କ ସହଯୋଗରେ ଦିଆଯିବା ଘଟଣାକୁ ଅଧିକ ଜଟିଳ କରିଦେଇଛି । ମଠର ପରିଚାଳନା ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନଥିବାରୁ ବୋଧହୁଏ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।