ଜାତିଗତ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ୟୁନାଇଟେଡ ଫୋରମ

ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଜାତିଗତକୁ ନେଇ ହେଉଥିବା ମାମଲା ଗୁଡ଼ିକ ଥାନାରେ ଗଡ଼ୁଛି । ଅଧିକାରୀ ମାନେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମାସ ବର୍ଷ ବିତିଯାଉଛି । ଯାହା ଫଳରେ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିପାରୁନି । ଯାଜପୁର ଜିଲାମୂଳ ନିବାସୀ ୟୁନାଇଟେଡ ଫୋରମ ଜାତିଗତ ନିର୍ଯ୍ୟାତନା ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କ ନିକଟରେ ଦାବି କରିଛନ୍ତି । ୟୁନାଇଟେଡ ଫୋରମ  ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନାଙ୍କ ନେତୃତ୍ତ୍ୱରେ ଜିଲାକାର୍ଯ୍ୟକାରୀ ସଭାପତି ପ୍ରତାପ ଦାସ, ଜିଲାଉପସଭାପତି ଶ୍ରୀଧର ଜେନା, ଯୁବ ସଭାପତି ବାପି ଜେନା, ରାଜ୍ୟକମିଟି ସଦସ୍ୟା ସସ୍ମିତା ଜେନା, ଆମ୍ବେଦକର ଫାଉଣ୍ଡେସନ ଉପଦେଷ୍ଟା କାର୍ତ୍ତିକ ମଲିକ, ବ୍ୟାସନଗର ସଭାନେତ୍ରୀ ମିନତୀ ମଲିକ, ଯଶୋବନ୍ତ ଜେନା, ମୀନା ମଲିକ, ଖିରୋଦ ଦାସ, ପିନାକୀ ମଲିକ, ସହଦେବ ଜେନା, ପ୍ରଦୀପ ମଲିକ, ସେକ ସବୀର ପ୍ରମୁଖ ପାଣିକୋଇଲିସ୍ଥିତ ଜିଲା ପୁଲିସ ମୁଖ୍ୟାଳୟରେ ଏସପି ଯଶପ୍ରତାପ ଶ୍ରୀମଲଙ୍କୁ ଭେଟି ଜିଲାରେ ଆଟ୍ରୋସିଟି ମାମଲାରେ ମାଜିଷ୍ଟ୍ରେଟ ଓ ତଦନ୍ତ ଅଧିକାରୀଙ୍କ ଯୁଗ୍ମତଦନ୍ତ ହେଉନଥିବା ଦର୍ଶାଇଥିଲେ । ଅଭିଯୋଗ ବାଢିଥିଲେ କି ଜାତିଗତ ନିର୍ଯ୍ୟତନା ମାମଲା ବା ପୋସ୍କୋ ମାମଲାର ଦାୟିତ୍ୱ ନେଉଥିବା ଅଧିକାରୀ ଜଣେ କାର୍ଯ୍ୟନିର୍ବାହୀ ବା ତାଲୁକ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ କରିବାର ବ୍ୟବସ୍ଥା ରହିଛି । ଏହାପୁଣି ମାତ୍ର ୭ଦିନ ମଧ୍ୟରେ ହେବାକଥା । ମାତ୍ର ଅଧିକାରୀ ମାନଙ୍କ ଅପାରଗ ଓ ଅଳସୁଆମୀ ଯୋଗୁ ଗୋଟେଗୋଟେ ଅତିଗୁରୁତର ମାମଲା ଯାହାକି ୩୦୭ ମରଣାତ୍ମକ ଗୋଷ୍ଠୀ ସଂଘର୍ଷରେ ବି ଦୁଇ ତିନି ବର୍ଷ ମଧ୍ୟରେ ଜେଇଆର କରାଯାଉ ନାହିଁ । ଘଟଣା ସମ୍ବଦ୍ଧରେ ସୂଚନା ଦେଇ କୌଣସି ଗୋଟିଏ ମାମଲାରେ ବି ତହସିଲଦାର, ଅତିରିକ୍ତ ତହସିଲଦାର ଜାଣନ୍ତି ନାହିଁ କି ଘଟଣାସ୍ଥଳକୁ ଯାଆନ୍ତିନାହିଁ । ଏପରିକି ଡିଏସପି ମାନଙ୍କ ଆଗରେ ପୀଡିତ ପରିବାର ଭୟଭୀତ ହୋଇ ସଠିକ ବୟାନ ଦେଇପାରନ୍ତି ନାହିଁ । ଏପରିକି ଦିଆଯାଇଥିବା ବୟାନକୁ ତଦନ୍ତକାରୀ ଅଧିକାରୀ ପ୍ରଭାବିତ ଓ ପ୍ରଲୋଭିତ ହୋଇ ବଦଳାଇ ଦେଇଥିବାରୁ ନ୍ୟାୟ ମିଳେ ନାହିଁ । ତହସିଲଦାର ନରହିବାରୁ ସହଜ ହୁଏନାହିଁ । ତେଣୁ ସେମାନେ ଏହି ଉଭୟପକ୍ଷଙ୍କ ଜାତି ପ୍ରମାଣପତ୍ର ଦେବାରେ ବି ବର୍ଷବର୍ଷ ଲଗାଇଦିଅନ୍ତି । ଅନେକ ଏହି ମାମଲାରେ ଜେଇଆର ହୋଇପାରିନଥାଏ । ଏବେ ଜିଲାରେ ଶତାଧିକ ମାମଲା ବିଭିନ୍ନ ତହସିଲରେ ପଡି ରହିଛି । ତଦନ୍ତକାରୀ ମାନେ ଜେଇଆର ଆସିନାହିଁ କହି ଦିନ ଗଡେଇ ଚାଲିଥିବା ବେଳେ ତହସିଲରଙ୍କ ରାଜସ୍ୱ ନିରିକ୍ଷକ ମାନେ ଚୁପଚାପ ପକ୍ଷଙ୍କ ଠାରୁ ହାତଗୁଞ୍ଜା ନେଇ ଚାପି ଦେଉଛନ୍ତି । ଏଣୁ ଏହାଉପରେ ଗୁରୁତ୍ୱର ସହ ବିଚାର ଓ ବକେୟା ପଡିରହିଥିବା ଅର୍ଥ ପ୍ରଦାନ ନିମିତ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।