ନଦୀକୁ ଡେଇଁ ଛାତ୍ରୀ ନିଖୋଜ

 ସିଂହପୁର : ସିଂହପୁର ଅଂଚଳକୁ କମ୍ପୁଟର ଶିକ୍ଷା ଗ୍ରହଣ କରିବାକୁ ଆସୁଥିବା କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ୍ ଗୋବିନ୍ଦପୁର ଅଞ୍ଚଳର ଜନୈକା ଛାତ୍ରୀ ଗୋବିନ୍ଦପୁର-ସିଂହପୁର ସେତୁ ଉପରୁ ନଦୀକୁ ଡେଇଁ ନିଖୋଜ ହୋଇଛି । ଗୋବିନ୍ଦପୁର ଅଞ୍ଚଳର ସୁଦାମାମ ସେଖର ମିଶ୍ରଙ୍କ ଝିଅ ମଧୁସ୍ମିତା (୨୨) ସିଂହପୁରକୁ କମ୍ପ୍ୟୁଟର ଶିଖିବାକୁ ଆସି ଫେରୁଥିବା ସମୟରେ ଖରସ୍ରୋତା ନଦୀ ପୋଲ ନିକଟରେ ନିଜର ସାଇକେଲ ଓ ବ୍ୟାଗ ରଖି ନଦୀକୁ ଡେଇଁ ପଡ଼ିଥିଲା । ଛାତ୍ରୀ ଜଣଙ୍କ ନଦୀକୁ ଡେଇଁବା ପୂର୍ବରୁ ନିଜ ଭାଇଙ୍କୁ ଫୋନ କରିଥିଲେ । ଭାଇ ପୋଲ ନିକଟରେ ପହଁଚିବା ପୂର୍ବରୁ ଛାତ୍ରୀ ଜଣଙ୍କ ନଦୀକୁ ଡେଇଁ ପଡ଼ିଥିଲା । ଘଟଣା ସମ୍ପର୍କରେ ଖବର ପାଇଁ ବିଞ୍ଝାରପୁର ପୁଲିସ, ଅଗ୍ନିଶମ ବାହିନୀ ପହଁଚି ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରିଥିଲେ ମାତ୍ର ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପତା ମିଳିନାହିଁ । ଘଟଣା ସ୍ଥଳରେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ପହଁଚି ସ୍ଥିତି ସମୀକ୍ଷା କରିଥିଲେ ।