ଗାଁ ଗାଁରେ ଚୋରା ମଦର ଆସର
ଦଶରଥପୁର : ଏହି ବ୍ଲକର ବିଭିନ୍ନ ଗାଁ ମଦର ଆସର ଜମୁଛି । ଲୋକେ େ·ରା ମଦର ବିକ୍ରିକୁ ବିରୋଧ କରୁଥିଲେ ହେଁ ସେଥିରେ ସଫଳ ହେଇପାରୁ ନାହାନ୍ତି । ଯାଜପୁର ଅବକାରୀ ବିଭାଗ ଏପରି େ·ରା ମଦ କାରବା ସମ୍ପର୍କରେ ଅବଗତ ଥିବାବେଳେ ବନ୍ଦ କରିବା ନିମନ୍ତେ କୌଣସି ପ୍ରଚେଷ୍ଟା କରୁ ନି ବୋଲି ଅଭିଯୋଗ ହେଉଛି । ବୈଷପାନ ଅଞ୍ଚଳର ଚନ୍ଦ୍ରଶେଖରପୁର ଠାରେ ଜୈନିକ ଯୁବକ ଖୁଲମ୍ ଖୁଲା ଏପରି େ·ରା ମଦ ବ୍ୟବସାୟ କରୁଥିବା ବେଳେ କରଞ୍ଜମାଳ ପୋଲ ନିକଟରେ ଥିବା ଏକ କେବିନ୍ରେ ଖୁଲମ୍ ଖୁଲା ରାତି େ·ରା ମଦ ବିକ୍ରି ହେଉଛି । େ·ରା ମଦ କାରବାର ପାଇଁ ସେହି ଅଞ୍ଚଳର ଯୁବକ ପଥଭ୍ରଷ୍ଟ ହେଉଛନ୍ତି । ଏହିସବୁ େ·ରା ମଦ ଦୋକାନ ନିକଟରେ ଦଶରଥପୁର ଆଦର୍ଶ ବିଦ୍ୟାଳୟ ସହ ବୈଷପାନ ଉନ୍ନିତ ଉପ୍ରା ବିଦ୍ୟାଳୟ, ବୈଷପାନ ଉଚ୍ଚ ବିଦ୍ୟାଳୟ ପ୍ରଭୃତି ଥିବା ବେଳେ ମଦ୍ୟପଙ୍କ ଦୌରାତ୍ମ ପାଇଁ ଛାତ୍ରଛାତ୍ରୀ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏଥିସହ ବ୍ଳକର ବଉଳାଙ୍ଗ ଛକ, କଲେଜ ଛକ, କନିକାପଡ଼ା ପଞ୍ଚାତ ଅଫିସ୍ ନିକଟସ୍ଥ ଏକ କେବିନ୍ରେ ମଧ୍ୟ ଖୁଲମ୍ ଖୁଲା େ·ରା ମଦ ବିକ୍ରି ·ଲିଛି । ଦକ୍ଷିଣବନ୍ଧ ହାଟ, କୟାଁଗୋଲା, ଦୁବକଣ, କଲେଜ ଛକ, ଲାଲ୍ବାଗ ଛକ, ଛତ୍ରପଡ଼ା ଛକ, ମନ୍ଦାର ଖଣ୍ଡ ଛକରେ ବେଧଡକ ଭାବେ େ·ରା ମଦ ବିକ୍ରି ·ଲିଛି । ସବୁ ସ୍ଥାନରେ େ·ରା ମଦ ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ପୁଲିସ୍ ଏହିସବୁ େ·ରା ମଦ ବିକି୍ର କରୁଥିବା ବ୍ୟକ୍ତିଙ୍କ ଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଚୁପ୍ ହୋଇ ବସିଛି । ଯାଜପୁର ଅବକାରୀ ଅଧିକ୍ଷକ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।