‘ଶକ୍ତିଶ୍ରୀ' ସଚେତନତା କାର୍ଯ୍ୟକ୍ରମ
ବ୍ୟାସନଗର : ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରନôାକର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନଜୀବୀ ବ୍ରଜକିଶୋର ପତି ଯୋଗଦେଇ ଛାତ୍ରୀମାନେ କଲେଜ ସ୍ତରରେ କୌଣସି ସମୟରେ ନିର୍ଯ୍ୟାତନାର ଶିକାର ହେଲେ, କାହାର ପ୍ରଭାବରେପ୍ରଭାବିତ ନହୋଇ ‘ଶକ୍ତିଶ୍ରୀ’ କମିଟରେ ଜଣାଇବାକୁ ସୂଚନା ଦେଇଥିଲେ । ଶର୍ମିଷ୍ଠା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶକ୍ତିଶ୍ରୀ କମିଟିର ସଂଯୋଜିକା ଅଧ୍ୟାପିକା ତାରିଣୀ ତନୟା ସର ଗଠିତ କମିଟିର କାର୍ଯ୍ୟକାରିତା ସଂପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥିଭାବେ ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ଯୋଗଦେଇ ଶକ୍ତିଶ୍ରୀ ଦ୍ୱାରା ଛାତ୍ରୀମାନେ ନିଶ୍ଚିତଭାବେ ଆଭ୍ୟାନ୍ତରିଣ ସମସ୍ୟାର ସାହଯୋଗ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ରୋଜାଲିନା ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, ଅରୁଣ କୁମାର ମିଶ୍ର, ସନ୍ତୋଷ କୁମାର ଜେନା, ମଳୟ କୁମାର ମଲ୍ଲିକ, ପଦ୍ମଭୁଷଣ ରାଉତରାୟ, ଅଧ୍ୟାପିକା ଡକ୍ଟର ଯାଜେ୍ଞଶ୍ୱରୀ ପଲେଇ, ଝୁନୁମଣି ଜେନା, ଲିପ୍ସା ମିଶ୍ର ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଯୋଗଦେଇ ‘ଶକ୍ତିଶ୍ରୀ’ ସଂପର୍କରେ ସଚେନତା ବାର୍ତ୍ତା ଦେଇଥିଲେ । ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ଦୁର୍ଗାବତୀ ସ୍ୱାଇଁ, ବିଚିତ୍ର ଦଳାଇ, ପ୍ରବିତ୍ର ମୋହନ ଜେନା, ପ୍ରଶାନ୍ତ କୁମାର ଦାସ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ସହଯୋଗ କରିଥିଲେ ।