ବଣିକ ସଂଘ ସଭାପତିଙ୍କ ପରଲୋକ
ାା ପ୍ରଭାନୁ୍ୟଜ ।ା ଡ଼ୁବୁରୀ: କଳିଙ୍ଗନଗର ବଣିକ ସଂଘ ସଭାପତି ସୁଧାଂଶୁ ଶେଖର ରାଉତ(୫୮)ଙ୍କ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଟାଟାମେଡିକା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ପରୋପକାର, ଅନୁଷ୍ଠାନ ପ୍ରେମୀ ଗୁଣ ଓ ଖୋଲା ମନ ପାଇଁ ଛୋଟରୁ ବଡ଼ ସମସ୍ତଙ୍କର ଅତି ଆପଣାର ଥିଲେ । ତାଙ୍କ ପରଲୋକ ଖବର ପାଇ ବ୍ୟବସାୟୀ, ଜନପ୍ରତିନିଧି ତାଙ୍କ ଡ଼ୁବୁରୀ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବଣିକ ସଂଘ ପକ୍ଷରୁ ସୁଧାଂଶୁଙ୍କ ମର ଶରୀରକୁ ଡୁବୁରୀ ଛକରୁ ଶୋଭାଯାତ୍ରାରେ ନିଆଯାଇଥିଲା । ସଭାପତିଙ୍କ ପରଲୋକରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଗ୍ରାମ ମଶାଣିରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସଭାପତିଙ୍କ ପରଲୋକରେ ବଣିକ ସଂଘ ସଂପାଦକ ରବୀନ୍ଦ୍ର ଦେଓ, ବିଶ୍ୱନାଥ ସାହୁ, ଶ୍ରୀବତ୍ସ ସ୍ୱାଇଁ, ସୁକୁମାର ଜେନା, ଦେବାନନ୍ଦ ସାହୁ, ସଞ୍ଜୟ ସାହୁ, ସିଲୁ ସାହୁ, ଯୁବନେତା ଜୟନ୍ତ ରାଉତ, ରମନିରଞ୍ଜନ ବଳସାମନ୍ତ, ବୁଲୁ ଜେନା, କପିଳେନ୍ଦ୍ର ମହାନ୍ତ, ସଞ୍ଜୀବ ମହାନ୍ତ ପ୍ରମୂଖ ଶୋକବ୍ୟକ୍ତ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
