ସମବାୟ ମନ୍ତ୍ରୀଙ୍କ ଧାନମଣ୍ଡି ପରିଦର୍ଶନ ଓ ସମୀକ୍ଷା
କଟକ: ସମଗ୍ର କଟକ ଜିଲ୍ଲାରେ ସୁରୁଖୁରୁରେ ତଥା ସ୍ୱଚ୍ଛତାର ସହ ଧାନ ସଂଗ୍ରହ ପ୍ରକି୍ରୟା ନିମନ୍ତେ ସମବାୟ, ହସ୍ତତନ୍ତ୍ର, ବୟନ ଓ ହସ୍ତକଳା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା ବ୍ଲକ ସ୍ଥିତ ପ୍ରମୁଖ ମଣ୍ଡିଗୁଡ଼ିକର ପରିଦର୍ଶନ କରିଥିଲେ । ଅପରାହ୍ନରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଶୃଙ୍ଖଳିତ ଭାବେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ସମସ୍ତ ସୁବିଧାକୁ ଗୁରୁତ୍ୱ ଦେଇ ଆଗାମୀ ଦିନମାନଙ୍କରେ ପର୍ଯ୍ୟବେକ୍ଷକ ତଥା ନିୟୋଜିତ ହୋଇଥିବା ନୋଡ଼ାଲ ଅଧିକାରୀମାନେ ମଣ୍ଡିଗୁଡ଼ିକୁ ବାରମ୍ବାର ଗ୍ରସ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ନିଦେ୍ର୍ଦଶ ଦେଇଥିଲେ । ଚଳିତ ବର୍ଷ ଧାନ ମଣ୍ଡିଗୁଡ଼ିକରେ ନୂତନ ବ୍ୟବସ୍ଥା ଅବଲମ୍ବନ ହେଉଥିବାରୁ ମଣ୍ଡିମାନଙ୍କର ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ସମାନତା ରକ୍ଷା ପୂର୍ବକ ସମସ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ, ଅସାଧୁ ବେପାରୀଙ୍କ କବଳରୁ ଚାଷୀମାନଙ୍କୁ ମୁକ୍ତ କରି ଧାନ ସଂଗ୍ରହ ପ୍ରକି୍ରୟାରେ ସ୍ୱଚ୍ଛତା ଅବଲମ୍ବନ ସହ ମଣ୍ଡି ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ଅସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବା ପାଇଁ ସମୀକ୍ଷା ବୈଠକରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସମୀକ୍ଷା ବୈଠକରେ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଧାନ ସଂଗ୍ରହ ଓ କ୍ରୟ ପ୍ରକି୍ରୟାରେ ସମାନତା ପୂର୍ବକ କ୍ଷୁଦ୍ର ଚାଷୀମାନଙ୍କୁ ବିଶେଷ ଗୁରୁତ୍ୱ ଦେବା ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ସିନେ୍ଦ ବୈଠକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଜିଲ୍ଲାରେ ସ୍ୱଚ୍ଛତାର ସହ ଧାନ ସଂଗ୍ରହ ଓ କ୍ରୟ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ତଥା ମଣ୍ଡିମାନଙ୍କରେ ଏବଂ ଜିଲ୍ଲାରେ ଆବଶ୍ୟକ ନୋଡ଼ାଲ ଅଧିକାରୀ ନିୟୋଜିତ ହେବା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏଥିସହ ଧାନର ଗୁଣାତ୍ମକ ମାନ ବାବଦରେ ଚାଷୀମାନଙ୍କୁ ଅବଗତ ତଥା ଅସାଧୁ ବେପାର ରୋକାଯିବା ସମ୍ବନ୍ଧରେ ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ବୈଠକରେ ଯୋଗ ଦେଇ ଜିଲ୍ଲାର ଧାନ ସଂଗ୍ରହ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଚଳିତ ୨୦୨୪-୨୫ ବର୍ଷ ପାଇଁ ୧୫,୧୦,୪୪୧.୧୭ କିଗ୍ରା ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜି ପର୍ଯ୍ୟନ୍ତ ୬୬ହଜାର ୫୦୫ଜଣ ପଞ୍ଜୀକୃତ ଚାଷୀ ମାନଙ୍କର ଯାଞ୍ଚ ପ୍ରକି୍ରୟା ସମାପ୍ତ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଡ ଦିବ୍ୟ ଲୋଚନ ମହାନ୍ତ, ଆଠଗଡ଼ ଉପଜିଲ୍ଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମା, ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ସଦର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ସମେତ କୃଷି ଅଧିକାରୀ ଓ କର୍ମଚାରୀଙ୍କ ସହ ସମସ୍ତ ଉପଖଣ୍ଡର ଡିଆରସିଏସ, ଏଆରସିଏସ, ନିୟନ୍ତ୍ରଣ ବଜାର କମିଟି ସଂପାଦକମାନେ ଯୋଗ ଦେଇଥିଲେ ।