ଚାମ୍ପିଅନ୍ସ ଟ୍ରଫ : ଭାରତ ବିଜୟୀ

ଦୁବାଇ : ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚ୍କୁ ବାଂଲାଦେଶ ଠାରୁ ୬ ୱିକେଟ୍ ବ୍ୟବଧାନରେ ଜିତି ନେଇଛି ଭାରତ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ଦୁବାଇ ଠାରେ ବାଂଲାଦେଶ ସହ ସମ୍ମୁଖୀନ ହୋଇଛି ଭାରତ । ଏହା ପୂର୍ବରୁ ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିବା ବେଳେ ସେହି ମ୍ୟାଚକୁ ଅତି ସହଜରେ ଜିତି ବି ଯାଇଥିଲା । ଏଣୁ ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲେ ସୁଦ୍ଧା, ୩୦ରୁ ୩୨ ଓଭର ପର୍ଯ୍ୟନ୍ତ ଭାରତର କୌଣସି ଖେଳାଳି ଆଖି ଦୃଶିଆ ରନ୍ କରି ପାରି ନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ୍ ଭଳି ୪ଟି ୱିକେଟ୍ ପଡ଼ି ଯାଇଥିଲା । ଫଳରେ ସହଜରେ ମା୍ୟାଚ୍ ଜିତିବା ଭାବୁଥିବା ଭାରତ ଶେଷରେ ଗିଲ୍ ଓ ରାହୁଲଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥିଲା । ଏଇ ଦୁହିଁଙ୍କ ପାର୍ଟନର୍ସିପ୍ ଯୋଗୁ ଏବଂ ଗିଲ୍ଙ୍କ ଲଗାତାର ଚଉକା ଓ ଦୁଇଟି ଛକା ଭାରତକୁ ଦୀର୍ଘତମ ସ୍କୋର୍ ଦେଇଥିଲା । ଫଳରେ ଭାରତ ୬ ୱିକେଟ୍ ବ୍ୟବଧାନରେ ୨୩୧ ରନ୍ କରି ଏହି ମ୍ୟାଚ୍କୁ ଜିତି ନେଇଥିଲା ।
ପ୍ରଥମେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ଓପନର୍ ଭାବେ ପଡ଼ିଆକୁ ଓହ୍ଲାଇଥିଲେ ତାଞ୍ଜିଦ୍ ଓ ସୌମ୍ୟ । ତାଞ୍ଜିଦ୍ ୨୫ ବଲ୍ରୁ ମାତ୍ର ୨୫ ରନ୍ କରିଥିବା ବେଳେ ସୌମ୍ୟ ୫ଟି ବଲ୍ ଖେଳି ଖାତା ଖୋଲି ପାରି ନ ଥିଲେ । ପରେ ସୌମ୍ୟଙ୍କ ସ୍ଥାନରେ ଆସିଥିଲେ ନଜମୁଲ୍ ହସନ୍ ସାନ୍ତାଓ । ସେ ଦୁଇଟି ବଲ୍ ଖେଳି ଆଉଟ୍ ହୋଇଥିବା ବେଳେ କୌଣସି ରନ୍ କରି ପାରି ନ ଥିଲେ । ପରେ ନଜମୁଲ୍ଙ୍କ ଜାଗାରେ ମେହିଦୀ ହସନ ମିରାଜ ଆସି ମାତ୍ର ୧୦ଟି ବଲ୍ରୁ ୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳର ସ୍ଥିତି ଏଭଳି ହୋଇଥିଲା ଯେ, ମାତ୍ର ୩୫ ରନ୍ ସମୟରେ ବାଂଲାଦେଶର ୫ଟି ୱିକେଟ୍ ଖସି ପଡ଼ିଥିଲା । ପରେ ମିରାଜଙ୍କ ସ୍ଥାନରେ ଆସିଥିଲେ ବ୍ୟାଟ୍ସ ମ୍ୟାନ୍ ତାହିଦ ହୃଦୋୟେ । ଦଳର ସ୍କୋର୍ ନିମ୍ନଗାମୀ ହୋଇଥିବା ଯୋଗୁ ତାହିଦ ଏବଂ ଓପନର୍ ତାଞ୍ଜିଦଙ୍କ ଯୋଡ଼ି ଦଳକୁ ଦୀର୍ଘତମ ସ୍କୋର୍ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ । ଠିକ୍ ଏହି ସମୟରେ ଅର୍ଥାତ୍ ୯ ଓଭର୍ ଖେଳ ଚାଲିଥିବା ବେଳେ ୪ଟି ୱିକେଟ୍ ସହିତ ବାଂଲାଦେଶ ମାତ୍ର ୩୫ ରନ୍ କରିଥିବା ବେଳେ ଏହି ସମୟରେ ଓପନର୍ ତାଞ୍ଜିଦ୍ ହସନ ମାତ୍ର ୨୫ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ତାଞ୍ଜିଦ୍ଙ୍କ ୱିକେଟ୍କୁ ମିଶାଇ ଦଳ ମାତ୍ର ୩୫ ରନ୍ରେ ୫ଟି ୱିକେଟ୍ ହରାଇଥିଲା ।
ଏହାପରେ ମ୍ୟାଚ୍ର ସମ୍ପୂର୍ଣ୍ଣ ଭାର ତାହିଦ୍ଙ୍କ ଉପରକୁ ଆସିଥିଲା । ଲଗାତାର ରନ୍ କରି ଚାଲିଥିବା ତାହିଦଙ୍କ ଏକ କ୍ୟାଚ୍କୁ କ୍ୟାଚ୍କୁ ଛାଡ଼ି ଦେଇଥିଲେ ରୋହିତ ଶର୍ମା । ଫଳରେ ଆଉଟ୍ରୁ ଅଳ୍ପକେ ବର୍ତ୍ତିଯାଇଥିଲେ ତାହିଦ୍ । ଯାହା ତାଙ୍କୁ ଆଗାମୀ ଓଭର୍ରେ ଶତକ କରିବାକୁ ସହାୟକ ହୋଇଥିଲା । ଦୁହିଁଙ୍କ ଯୋଡ଼ିରେ ଦଳ ୨୦୦ ପାଖାପାଖି ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ  ତାହିଦ୍ ମୋଟ୍ ୧୧୮ ବଲ୍ ଖେଳି ଶତକ କରିଥିଲେ । ସେହିପରି ଜାକେର୍ ୪୩ ଓଭର୍ ପର୍ଯ୍ୟନ୍ତ ରହି ୧୧୪ ବଲ୍ରୁ ଦଳକୁ ୬୮ ରନ୍ ଦେଇଥିଲେ । ଏହିପରି ଭାବେ ଦଳ ମୋଟ୍ ୨୨୮ ରନ୍ କରି ଭାରତକୁ ୨୨୯ ରନ୍ର ଟାର୍ଗେଟ୍ ଦେଇଥିଲା ।
ଭାରତୀୟ ଦଳ ପକ୍ଷରୁ ବୋଲର୍ ମହମ୍ମଦ ସାମି ଓ କୁଲ୍ଦୀପ ଯାଦବ ସର୍ବାଧିକ ୧୦ ଓଭର୍ ଲେଖାଏଁ ବୋଲିଂ କରିଥିବା ବେଳେ ସାମି ସବୁଠାରୁ ଅଧିକ ୫ଟି ୱିକେଟ୍ ନେଇଛନ୍ତି । ସେହିପରି ହର୍ସିତ ରାଣା ୩ଟି ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ ୯ ଓଭର୍ ବୋଲିଂ କରି ୨ଟି ୱିକେଟ୍ ନେଇଥିଲେ । 
ଅପରପକ୍ଷେ ଦ୍ୱିତୀୟ ଇନିଂସ୍ରେ ୨୨୯ର ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ ଓପନର୍ ରୋହିତ ଶର୍ମା ଓ ଶୁବମନ ଗିଲ୍ । ରୋହିତ ମାତ୍ର ୩୬ ବଲ୍ରୁ ୪୧ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଭାରତ ୧୦ ଓଭର୍ ପର୍ଯ୍ୟନ୍ତ ୭୦ ରନ୍ କରିଥିଲା । ଏହା ପରେ ରୋହିତ ଆଉଟ୍ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଆସିଥିଲେ ବିରାଟ କୋହଲି ସେ ୩୮ ବଲ୍ରୁ ୨୨ ରନ୍ କରି ଆଉଟ୍ ହୋଇଥିବା ବେଳେ ତାଙ୍କ ପରେ ଆସିଥିଲେ  ଶ୍ରେୟାସ ଆୟର । ସେ ୧୭ ବଲ୍ ଖେଳି ୧୫ ରନ୍ ଦେଇ ଆଉଟ୍ ହୋଇଥିଲେ ଏବଂ ତାଙ୍କ ସ୍ଥାନ ନେଇଥିଲେ ଅକ୍ଷର ପଟେଲ୍ । ସେତେବେଳକୁ ଭାରତ ୩୦ ଓଭର୍ ପାଖାପାଖି ଖେଳି ସାରିଥିବା ବେଳେ ଦଳର ରନ୍ ଥିଲା ୧୪୪ । ଏହି ସମୟରେ ଅକ୍ଷର ମାତ୍ର ୧୨ ବଲ୍ରୁ ୮ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ କେଲ୍ ରାହୁଲ ଆସିଥିଲେ ଏବଂ ଗିଲ୍-ରାହୁଲଙ୍କ ଯୋଡ଼ି ଦଳକୁ ବିଜୟୀ ଆଡ଼କୁ ଟାଣି ନେଇଥିଲା । ଗିଲ୍ (ଅପରାଜିତ)ଙ୍କ ବିସ୍ଫୋରକ ୯ଟି ଚଉକା ଓ ୨ଟି ଛକା ଭାରତର ରନ୍କୁ ଦ୍ରୁତ କରିଥିଲା ଏବଂ ମ୍ୟାଚ୍ରେ ସେ ଶତକ କରିବାକୁ ସକ୍ଷମ ହୋଇଥିଲେ । ଏହିକ୍ରମରେ ସେ ୧୨୯ ବଲ୍ ଖେଳି  ୧୦୧ ରନ୍ କରିଥିବା ବେଳେ ରାହୁଲ (ଅପରାଜିତ) ୪୭ ବଲ୍ରୁ ୪୧ ରନ୍ କରି ଭାରତକୁ ଜିତାଇଥିଲେ । ଏ ଅବସରରେ ରାହୁଲ ମଧ୍ୟ ଦୁଇଟି ଛକା ମାରିଥିଲେ ।