ହକି ଇଣ୍ଡିଆ ଲିଗ୍: ଉଦ୍ଘାଟନୀ ମ୍ୟାଚ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସ ବିଜୟୀ

 ଭୁବନେଶ୍ୱର : ଦୀର୍ଘ ସାତ ବର୍ଷର ବ୍ୟବଧାନପରେ ନୂଆ ରୂପରେ ତଥା ଆକର୍ଷଣୀୟ ଢଙ୍ଗରେ ଶନିବାରଠାରୁ ବିଶ୍ୱର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ । ଉଦ୍ଘାଟନ ମ୍ୟାଚ୍କୁ ଦେଖିବାକୁ ହକିପ୍ରେମୀଙ୍କ ପ୍ରବଳ ଉସôାହ ପରିଲକ୍ଷିତ ହୋଇଥିଲା । ପାଖାପାଖି ୧୫ ହଜାର ଦର୍ଶକ ଟିମ୍ ଗୋନସିକା ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍କୁ ଉପଭୋଗ କରିଥିଲେ । 
ଟିମ୍ ଗୋନାସିକା ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍ର ଉଦ୍ଘାଟନୀ ମ୍ୟାଚ୍ ବେଶ୍ ଉକôଣ୍ଠାପୂର୍ଣ୍ଣ ହୋଇଥିଲା । ମ୍ୟାଚ୍ସାରା ଉଭୟ ଦଳର ଖେଳାଳିଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା । ତେବେ ଉଭୟ ଦଳ କେବଳ ଦୁଇଟି ଲେଖାଏ ଗୋଲ୍ ଦେବାରେ ସକ୍ଷମ ହେବାରୁ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା । ପରେ ସୁଟ୍ ଆଉଟ୍ରେ କିନ୍ତୁ ଦିଲ୍ଲୀ ଏସ୍ଜି ପାଇପର୍ସ ୪-୨ ଗୋଲ୍ରେ ବାଜି ମାରିନେଇଥିଲା ।
ମ୍ୟାଚ୍ର ପ୍ରଥମ କ୍ୱାର୍ଟର୍ରୁ ଦିଲ୍ଲୀ ଆକ୍ରମଣାତକ ଢଙ୍ଗରେ ମ୍ୟାଚ୍ ଆରମ୍ଭ କରିଥିଲା । ଫଳରେ ୫ମ ମିନିଟ୍ରେ ଏକ ସଫଳତା ବି ମିଳିଥିଲା । ତେବେ ଗୋନାସିକା ଚମକôାର ପ୍ରତ୍ୟାବର୍ତ୍ତନକରି ଲାଗ୍ ଲାଗ୍ ଦୁଇଟି ଗୋଲ୍ଦେଇ ୨-୧ ଗୋଲ୍ରେ ଆଗୁଆ ହୋଇଥିଲା । କିନ୍ତୁ ଏସ୍ଜି ପାଇପର୍ସର ଟୋମାସ ଡୋମିନି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ (୫ ଓ ୩୯ ମିନିଟ୍) ଦେଇ ମ୍ୟାଚ୍କୁ ଡ୍ର କରିଥିଲେ । ଟିମ୍ ଗୋନାସିକାର ଷ୍ଟ୍ରୁଆନ ୱାକର୍(୨୬) ଓ ଭିକ୍ଟର ଚାର୍ଲଟ୍ (୩୫) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ ।