ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ: ଜାଣନ୍ତୁ , କିପରି କରିପାରିବେ ବୁକିଂ

କଟକ : ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ। ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ୫୦ ହଜାର ଭଳି ଲୋକଙ୍କ ସମାଙ୍ଗମ ହେବ। ତେଣୁ ଷ୍ଟାଡିୟମ ପରିସରରେ କିପରି ଶୃଙ୍ଖଳା ବଜାୟ ରହିବ ଏବଂ ଟିକେଟ ବିକ୍ରି ପାଇଁ କୌଣସି ସମସ୍ୟା ରହିବ ନାହିଁ ତା ଉପରେ ପୋଲିସ କମିଶନର ଜୋର ଦେଇଛନ୍ତି। ଏହା ବ୍ୟତୀତ ପାର୍କିଂ ଏବଂ ଅଗ୍ନି ନିରାପତ୍ତା ବାବଦରେ ମଧ୍ୟ ପୋଲିସ କମିଶନର ସମୀକ୍ଷା କରିଛନ୍ତି ।
ସେପଟେ ଆସନ୍ତା ୨୮ ଓ ୨୯ ତାରିଖରେ ଓସିଏ ଅନୁବନ୍ଧିତ କ୍ଲବମାନଙ୍କୁ ଟିକେଟ ଦିଆଯିବ। ୬ ଓ ୭ ତାରିଖରେ ସାଧାରଣ ଲୋକଙ୍କୁ ଟିକେଟ ବିକ୍ରି ହେବ । ତେଣୁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଡିସିପି ଜୋର୍ ଦେଇଛନ୍ତି। ବିଶେଷ କରି କରି କେତୋଟି କାଉଣ୍ଟର ହେବ, ସେଥିରେ କେତେ ଟିକେଟ ଉପଲବ୍ଧ ହେବ, ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ କି ପ୍ରକାରର ବ୍ୟବସ୍ଥା କରାଯିବ।
ଯେଉଁମାନେ ବାରବାଟୀ ଷ୍ଟାଡିୟମ କଟକ ଟିକେଟ ବୁକିଂ ଅନଲାଇନରେ କରିବାକୁ ଚାହୁଁଛନ୍ତି। ସେମାନେ https://www.viagogo.com/ ଅଫିସିଆଲ ୱେବସାଇଟକୁ ଯାଇ କରିପାରିବେ।
-ତା’ପରେ ଭାରତ ଏବଂ ଇଂଲଣ୍ଡ ଦିନିକିଆ ବାରବାଟୀ ଷ୍ଟାଡିୟମ ଟିକେଟ ବୁକିଂ ଲିଙ୍କ ଉପରେ କ୍ଲିକ କରିବେ।
-ଟିକେଟ ନମ୍ବର, ତାରିଖ, ସମୟ, ଇତ୍ୟାଦି ପୂରଣ କରିବେ।
– ଆପଣଙ୍କ ନାମ, ମୋବାଇଲ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ଦେବାକୁ ହେବ।
– ଏହାପରେ ଟିକେଟ ଫି ପେମେଣ୍ଟ ।
– ଶେଷରେ ବୁକ ନାଓ ବଟନ ଉପରେ କ୍ଲିକ କରନ୍ତୁ।
-ଏହିପରି ଭାବରେ, ଆପଣ ଆପଣଙ୍କର ଟିକେଟ୍ ବୁକ୍ କରିପାରିବେ।
ଗ୍ୟାଲେରୀ ୧ ଓ ୩ ନଂ ମୂଲ୍ୟ ୧୨୦୦ ଟଙ୍କା ରହିଥିଲା, ତାହା ୧୦୦ ଟଙ୍କା ହ୍ରାସ ହୋଇ ୧୧୦୦ ଟଙ୍କା କରାଯାଇଛି । ସେମିତି ଗ୍ୟାଲେରୀ ୫ର ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୧୦୦୦ରୁ ୯୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୮୦୦ରୁ ୭୦୦ ଟଙ୍କା, ସ୍ପେଶିଆଲ ଏନକ୍ଲୋଜର ୭୦୦୦ରୁ ୬୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ ୯୦୦୦ରୁ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୨୦୦୦୦ ଟଙ୍କା ଏବଂ ନ୍ୟୁପାଭିଲିୟନ ୧୦୦୦୦ ଟଙ୍କା ରଖାଯାଇଛି । କାଉଣ୍ଟରରେ ଦର୍ଶକଙ୍କୁ ମ୍ୟାଚର ଦୁଇ ଦିନ ପୂର୍ବରୁ ଟିକେଟ ବିକ୍ରି କରାଯିବ ।