କଂଗ୍ରେସ ଛାଡ଼ିଲେ ବାପି ସାର୍ଖେଲ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଭୋଟକୁ ଆଉ ଦିନ କେଇଟା ଥିବାବେଳେ ରାଜ୍ୟରେ ଜୋର୍ ଧରିଛି ଦଳ ଡିଆଁ ପର୍ବ । ନେତାମାନେ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ଏହା ଭିତରେ ପୁଣି ଜଣେ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ପାରାଦୀପର ବାପି ସାର୍ଖେଲ । ସେ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି । ଗତ କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ସାମିଲ ହୋଇଥିଲେ ।ତେବେ ବାପି ସର୍ଖେଲଙ୍କ ପତ୍ନୀ କିନ୍ତୁ ବିଜେଡିରେ ସାମିଲ ହେବା ପରେ ପାରାଦୀପ ରାଜନୀତି ଜୋର ଧରିଛି । ବାପି ସର୍ଖେଲଙ୍କର ତୃଣମୂଳସ୍ତରରେ ସଙ୍ଗଠନ ମଜଭୁତ୍ ଅଛି । ଅନ୍ୟପଟେ ସମ୍ବିତ ରାଉତରାୟ ମଧ୍ୟ ଏହି ଆସନରୁ ଟିକେଟ୍ ଲବିରେ ଅଛନ୍ତି । ତେଣୁ ବାପି ସର୍ଖେଲ କଂଗ୍ରେସ ଛାଡିବା ପରେ, କଣ କରୁଛନ୍ତି? କେଉଁ ଦଳରେ ସାମିଲ ହେଉଛନ୍ତି, ତାହା ନିଶ୍ଚୟ ପାରାଦୀପ ରାଜନୀତିରେ ପ୍ରଭାବ ପକାଇବ ।