ମହା ଆଡମ୍ବରରେ ତୁଳସୀ ବିବାହ
କେନ୍ଦ୍ରାପଡା : କେନ୍ଦ୍ରାପଡାର ପ୍ରସିଦ୍ଧ ତୁଳସୀ ବିବାହ ଓ କନ୍ଦରାସୁର ପୋଡି ଉସôବ ମହା ସମାରୋହରେ ପୈାରାଞ୍ଚଳରେ ପାଳିତ ହୋଇଯାଇଛି । ପୌରାଣିକ ଆଖ୍ୟାନ ଅନୁଯାଇ ପବିତ୍ର ଗରୁଡ ଦ୍ୱାଦଶୀ ତିଥିରେ ମହାପ୍ରଭୁ ଶ୍ରୀ ବଳଦେବଜୀଉ କନ୍ଦରାସୁରକୁ ନିଧନ କରିବା ସହ ତାର କନ୍ୟା ତୁଳସୀକୁ ବିବାହ କରିଥିଲେ । ସେହି ପରମ୍ପରାକୁ ଆଧାର କରି ଅଯୋଧ୍ୟାନଗର ସ୍ଥିତ ତୁଳସୀ ମନ୍ଦିର ପରିସରରେ ଶ୍ରୀ ବଳଦେବଜୀଉଙ୍କ ଚଳନ୍ତି ବିଗ୍ରହ ଏକ ଶୋଭାଯାତ୍ରାରେ ମନ୍ଦିରରୁ ବାହାରି ପହଁଚିବା ପରେ ବିବାହ ଉସôବ ଅନୁଷ୍ଠିତ ହୋଇଥିଲା । କନ୍ୟାପିତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମିରଞ୍ଜନ ରାଉତ ଓ ବର ପିତା ଭାବେ ମଝିପଣ୍ଡା ଭଗବାନ (ବାୟା) କର ବିବାହ କାର୍ଯ୍ୟ ସଂପାଦନ କରିଥିଲେ । ଜଣାଶୁଣା ବ୍ୟବସାୟୀ ସୁନାକର ନାୟକଙ୍କ ଉଦ୍ୟମରେ ପ୍ରାୟ ୫୦ ବର୍ଷ ହେବ ଏହି ତୁଳସୀ ବିବାହ ଉସôବ ଅନୁଷ୍ଠିତ ହୋଇ ଆସୁଛି । ତାଙ୍କର ସୁପୁତ୍ର କୃଷ୍ଣଚନ୍ଦ୍ର ନାୟକଙ୍କ ଉଦ୍ୟମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ରଞ୍ଜିତ କୁମାର ସାହୁ, ଦେବେନ୍ଦ୍ର ରାଉତ, କାଉନସିଲର ନିରାକାର ସ୍ୱାଇଁ, ରାଜେଶ ପଣ୍ଡା, ପ୍ରକାଶ ପରିଡାଙ୍କ ସହ ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁ ଭକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।