ଭଙ୍ଗା ଯାଉଛି ବବିଙ୍କ ସରକାରୀ ଘର
pranab prakash das

ଭୁବନେଶ୍ୱର : ବିଜେଡ଼ିର ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ଘର ଭଙ୍ଗାଚାଲିଛି । ତାଙ୍କ ସରକାରୀ ବାସଭବନରେ ଅଣ୍ଡରଗ୍ରାଉଣ୍ଡ ଘର ଥିଲା । ଯାହା ଭଙ୍ଗା ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ତାଙ୍କ ବାସଭବନରୁ ଜିନିଷପତ୍ର ବି ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ସାଧାରଣ ପ୍ରଶାସନ ବିଭାଗ କ୍ୱାର୍ଟର ପ୍ରଦାନ କରୁଥିବାବେଳେ ଅନ୍ୟ ବିଭାଗଗୁଡ଼ିକ ଏହାର ନବୀକରଣ ପାଇଁ ଅର୍ଥ ଖର୍ଚ୍ଚ କରିଥା’ନ୍ତି । ଏବେ ବବି ଆଉ ପଦପଦବୀରେ ନଥିବାରୁ କ୍ୱାର୍ଟର ଛାଡ଼ିବା ନିଶ୍ଚିତ । ବବିଙ୍କ କ୍ୱାର୍ଟର ଏବେ ଚାରିପଟୁ ବନ୍ଦ ଥିବାବେଳେ ନବୀକରଣ କାର୍ଯ୍ୟ ସବୁ ଭାଙ୍ଗି ଦିଆଯାଉଛି । ବବିଙ୍କ ଅଣ୍ଡରଗ୍ରାଉଣ୍ଡରେ କ’ଣ ରହିଛି ତାହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।