ବଢିଲା ଲଲଙ୍କ ଅଡୁଆ ,ପୁଣି ଏକ ଜାତିଆଣା ମାମଲା ଯୋଡିହେଲା
ଯାଜପୁର ଟାଉନ: ଯାଜପୁର ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ରାଜନୈତିକ ହଟଚମଟ ବଢିବାକୁ ଲାଗିଥିବା ବେଳେ ଶନିବାର ଯାଜପୁର ଏସଡିପିଓ କୈଳାଶ ଚନ୍ଦ୍ର ସେଠୀ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଗୋଟିଏ ଜାତିଅଣା ମାମଲାକୁ ରିମାଇଣ୍ଡ ପ୍ରାର୍ଥନା କରିଥିଲେ । ଏହି ରିମାଇଣ୍ଡକୁ ଭିତିକରି ଜିଲ୍ଲା ଦୌରାଜଜ୍ ରିମାଇଣ୍ଡ ପ୍ରାର୍ଥନାକୁ ସୋମବାର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଏହାକୁ ନେଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ (ଲଲ)ଙ୍କ ଅଡୁଆ ବଢିଯାଇଛି । ଜେଲରେ ଥିବା ଲଲଙ୍କ ବିରୁଦ୍ଧରେ ପୂର୍ବରୁ ୪ଟି ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଜିଲ୍ଲା ଦୌରାଜଜ୍ ଜାମିନ ମଞ୍ଜୁର କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଗତ୨୧ତାରିଖ ଦିନ ବିରଜା ହାଟକୁ ବନ୍ଦ କରିବାକୁ ଯାଇଥିବା ବେଳେ ଅଭିଯୋଗ କାରିଣୀ ଖୁଣ୍ଟିଆ ସାମଲଙ୍କୁ ଲଲଙ୍କ ସମେତ ୭ଜଣ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ତାଙ୍କ ଜାତିଗୋତ୍ରକୁ ନେଇ ଗାଳିଗୁଲଜ କରି ତାଙ୍କୁ ମାଡ ମାରିଥିଲେ ବୋଲି ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଯାଜପୁର ଥାନାଧିକାରୀ କେଶ୍ ନ୪୭୫/୨୦୨୪ ମାମଲା ରୁଜୁ କରି ଏସଡିପିଓଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏସଡିପିଓ ତଦନ୍ତଭାର ନେଇ ଯାଜପୁର ଜିଲ୍ଲାଜଜ୍ଙ୍କ କୋର୍ଟରେରିମାଇଣ୍ଡ ପ୍ରାର୍ଥନା କରିଛନ୍ତି । ମାମଲାକୁ ଲଗାଇ ଲଲଙ୍କ ବିରୁଦ୍ଧରେ ୫ଟି ମାମଲା ଥିବାବେଳେ ଗୋଟିଏ୍ରେ ଜାମିନ୍ ହୋଇଥିବା ଜଣାପଡିଛି । ଗତ ୨୧ତାରିଖ ମଧ୍ୟ ରାତି୍ରରେ ଅମାନବୀୟ ଭାବେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
