ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ସିଂହପୁର : ବିଞ୍ଝାରପୁର ବ୍ଲକ ବିତନା ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟିତ୍ରୀ ରଶ୍ମିରେଖା ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ରାଉତ ଓ ସମସ୍ତ ଛାତ୍ରଛାତ୍ରୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ରଶ୍ମିରେଖା ଦାସଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିରାମୟ ଜୀବନ କାମନା କରିଥିଲେ ।