କୃଷି ଅଧିକାରୀଙ୍କ ଚାଷ ଜମି ପରିଦର୍ଶନ
ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର ଓ ତାଙ୍କର ବିଭାଗୀୟ କର୍ମଚାରୀ ବିଭିନ୍ନ ଗ୍ରାମର ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ । କୃଷି ଅଧିକାରୀ ମେହେର କୋମନା ଠାରେ ଯୋଗ ଦେବା ଦିନ ଠାରୁ ଅଞ୍ଚଳର ଚାଷୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ସୁବିଧା ଯୋଗାଇ ଦିଆଯାଉଛି । ଚାଷୀଙ୍କୁ ବିଭିନ୍ନ ପ୍ରକାରର ମାଗଣାରେ ସାର, ଖତ ତଥା ବିହନ ଯୋଗାଉଛନ୍ତି । ଭେଳା ଗ୍ରାମକୁ ଯାଇ ମୁଖ୍ୟମନ୍ତ୍ରୀ ମକା ମିଶନ ଖରିଫ-୨୫ର ମକା ଚାଷ ଜମିର କ୍ଷେତ୍ର ପରିଦର୍ଶନ କରିଥିଲେ । ଭେଳା ଗ୍ରାମର ଚାଷୀ ଇନ୍ଦ୍ର ମଣି ମାଝୀ, ଗିରିଧାରୀ ମାଝୀ, ଦେବସିଂ ମାଝୀ, ବିକାଶ ମାଝୀ, ଗଣ୍ଡା ରାମ ମାଝୀ, ନେପାଳ ମାଝି ଓ ପ୍ରଶାନ୍ତ ଦୁରିଆ ଉପସ୍ଥିତ ଥିଲେ । ଏହା ପରେ ବେଳରଦନା ଗ୍ରାମ ଶିଆଳଟି ଗ୍ରାମପଞ୍ଚାୟତର ଗୋଷ୍ଠୀ ମାଣ୍ଡିଆ ନର୍ସରୀ ପରିଦର୍ଶନ କରିଥିଲେ । ସେହି ମାଣ୍ଡିଆ ଚାଷର ଚାଷୀ ଭାଗ୍ୟବନ୍ତ ଧରୁଆକୁ ଭେଟି ଚାଷର ଉନ୍ନତି ବିଷୟରେ ବୁଝାଇଥିଲେ । ପରିଶେଷରେ ଭେଳା ଗ୍ରାମକୁ ଆସି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ -୨୫ର ରେଜିଷ୍ଟ୍ରେସନ କରିବା ପାଇଁ କୃଷକମାନଙ୍କୁ ଯାଞ୍ଚ କରି ସମାଧାନ କରିବା ସହ ଚାଷୀମାନଙ୍କୁ ସରକାରଙ୍କ ଯୋଜନା ଓ ସ୍କିମ ବିଷୟରେ ଅବଗତ କରାଇଥିଲେ ।