ବିପଦପୂର୍ଣ୍ଣ ଅବସ୍ଥାରେ ଶିଶୁଙ୍କ ଜୀବନ
ପାପଡାହାଣ୍ଡି : ତିଆରି ହଇକି ବର୍ଷେ ଯାଇନି ଅଙ୍ଗନବାଡି ଘର ର ଚାରିପଟେ ଫାଟ ହେଇଗଲାଣି, କେତେବେଳେ ଭଷୁଡ଼ି ଯିବ ବୋଲି ଅଭିଭାବକ ମାନେ ଛୁଆକୁ ଛାଡୁନାହାନ୍ତି ଅଙ୍ଗନବାଡିରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକର ମଇଦଲପୁର ପଂଚାୟତର ଡଙ୍ଗରସାହିରେ । ଶିଶୁଙ୍କ ସୁରକ୍ଷା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ, ଏପଟେ ଠିକାଦାର ଓ ବିଭାଗୀୟ ଅଧିକାରୀ ନିମ୍ନମାନର କାମ କରି ଟଙ୍କା ଆତ୍ମସାତ କରୁଛନ୍ତି । ଶିଶୁଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଠେଲି ଦେଇଛନ୍ତି ଠିକାଦାର ବୋଲି ଡଙ୍ଗରସାହିବାସୀ ଅଭିଯୋଗ କରିଛନ୍ତି । ଅଙ୍ଗନବାଡି ଗୃହର ଚାରିପଟେ ଫାଟ ହେଇଚି, ଆଗକୁ ବର୍ଷାଦିନ ଏହି ବର୍ଷା ଦିନରେ ଘରଟି ଭାଙ୍ଗିଯିବ ବୋଲି ସାହି ବାସିନ୍ଦା ଡରରେ ପିଲାଙ୍କୁ ଅଙ୍ଗନବାଡି ଛାଡୁ ନାହାନ୍ତି । ଏହି ଅଙ୍ଗନବାଡି କେନ୍ଦ୍ରରେ ୨୨ଜଣ ଶିଶୁ ଅଙ୍ଗନବାଡି କର୍ମୀ ଓ ପାଚିକାଙ୍କ ଜୀବନ ବର୍ତମାନ ମୃତୁ୍ୟମୁଖରେ । ଅଙ୍ଗନବାଡିର ଶୌଚାଳୟ ମଧ୍ୟ କାମକୁ ଆସୁନି । ରାସ୍ତାଉପରେ ଅଙ୍ଗନବାଡିଟି ଥିବାରୁ ଛୁଆମାନେ ଶୌଚ କରିବାକୁ ଅସୁବିଧା ହଉଚି । ଯଦି ଘର ହଟାତ ଭାଙ୍ଗିଲା କମଳମତି ଶିଶୁଙ୍କ ଜୀବନ ଚାଲିଯାଏ ତାହେଲେ କିଏ ଦାୟିବୋଲି ବୋଲି ସାହିବାସିନ୍ଦା କହିଛନ୍ତି । ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ଏଭଳି ନିମ୍ନମାନର କାମକରିଥିବା ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବିକରିଛନ୍ତି ଡଙ୍ଗରସାହି ବାସିନ୍ଦା ।