ସ୍ୱୟଂକି୍ରୟ ପରୀକ୍ଷଣ କେନ୍ଦ୍ର ଉଦ୍ଘାଟିତ
ତାଳଚେର : ଲୋକସେବା ଭବନର କନ୍ଭେନସନ ସେଣ୍ଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପରୁ ତାଳଚେର ଠାରେ ସ୍ୱୟଂଚାଳିତ ଯାନ (ଏଡ଼ିଟିଏସ୍) ଲୋକାର୍ପଣ ହୋଇଥିଲା । ଏହା ଦ୍ୱାରା ଡ୍ରାଇଭିଙ୍ଗ ଲାଇଲେନ୍ସ ପ୍ରଦାନକୁ ମଣିଷ ମୂଲ୍ୟାୟନରୁ ମୁକ୍ତ କରି ବୈଷୟିକ ଜ୍ଞାନ କୌଶଳରେ ସହାୟତାରେ ସ୍ୱଚ୍ଛ ଓ ପାରଦର୍ଶି କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ । ଅନୁଗୋଳ ଠାରେ ସ୍ୱୟଂକି୍ରୟ ପରୀକ୍ଷଣ କେନ୍ଦ୍ର (ଏଟିଏସ୍) ଶିଳାନ୍ୟାସ କରିଥିଲେ । ଏହିି ପଦକ୍ଷେପ ଗାଡ଼ିଚାଳକଙ୍କ ଦକ୍ଷତା ବୃଦ୍ଧି କରିବା ସହ ସଡ଼କ ଦୁର୍ଘଟଣା ରୋକିବା କ୍ଷ୍ରେତରେ ସହାୟକ ହେବ ବୋଲି ସେ ଏହା ପ୍ରକାଶ କରିଥିଲେ ।