୨୫ ଯାଏ ଚିଲିକାକୁ ଡଙ୍ଗା ମନା
ାା ପ୍ରଭାନୁ୍ୟଜ୍ ।ା ଚିଲିକା : ସମ୍ଭାବ୍ୟ ବାତ୍ୟା ‘ଦାନା'କୁ ନେଇ ଚିଲିକା ତଟବର୍ତ୍ତୀ ଅଞ୍ଚଳବାସୀ ଏବଂ ମସô୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ପ୍ରଶାସନ ନିଦେ୍ର୍ଦଶକ୍ରମେ ସୋମବାର ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଚିଲିକା ତଟବର୍ତ୍ତୀ ଅଞ୍ଚଳବାସୀ ଏବଂ ମସô୍ୟଜୀବୀଙ୍କୁ ସତର୍କ କରାଯାଇଛି । ଆସନ୍ତା ୨୫ ତାରିଖ ଯାଏ ଚିଲିକାରେ ଯାତ୍ରୀବାହୀ ଏବଂ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ଶାନ୍ତିନଗର, ସନ୍ନ୍ୟାସୀନଗର ଓ ଗୋପବନ୍ଧୁ ନଗର ବାସିନ୍ଦାଙ୍କୁ ଆବଶ୍ୟକୀୟସ୍ଥଳେ ସ୍ଥାନାନ୍ତର ନିମନ୍ତେ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଶ୍ରୟସ୍ଥଳଗୁଡ଼ିକରେ ଆଲୋକ, ପାନୀୟଜଳ, ଶୁଖିଲା ଓ ରନ୍ଧାଖାଦ୍ୟର ବ୍ୟବସ୍ଥା ସହ ପ୍ରସୂତି ମହିଳା, ନବଜାତ ଶିଶୁ, ମା’ମାନଙ୍କୁ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯିବ ବୋଲି ଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠୀ ସୂଚନା ଦେଇଛନ୍ତି । ତେବେ ବାତ୍ୟା ଆଶଙ୍କାରେ ମସô୍ୟଜୀବୀମାନେ ଡଙ୍ଗାଗୁଡିକୁ ସୁରକ୍ଷିତ ସ୍ଥାନରେ ରଖୁଥିବା ଦେଖିବାକୁ ମିଳିଛି । ସେହିପରି ବାଲୁଗାଁ ସ୍ଥିତ ମସô୍ୟ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଖୋର୍ଦ୍ଧା ଜିଲା ଚିଲିକା ତଟବର୍ତ୍ତୀ ୪୨ଟି ଗ୍ରାମ ବାସିନ୍ଦାଙ୍କୁ ୨୧ରୁ ୨୫ ତାରିଖ ଯାଏ ଚିଲିକା ମଧ୍ୟକୁ ଡଙ୍ଗା ନ ନେବା ପାଇଁ ସତର୍କ କରାଯିବା ସହ ୧୦ଟି ଜେଟିଠାରେ ଡଙ୍ଗାଗୁଡିକୁ ସୁରକ୍ଷିତ ଭାବେ ବାନ୍ଧି ରଖିବାକୁ ପରାମର୍ଶ ଦିଆଯାଇଛି ବୋଲି ମସô୍ୟ ନିଦେ୍ର୍ଦଶକ ମନୋରଞ୍ଜନ ଦାସ ସୂଚନା ଦେଇଛନ୍ତି ।