ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଶୋକପ୍ରକାଶ
ଭୁବନେଶ୍ୱର : ଆଜି ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀମାନେ କାଶ୍ମୀରର ପହେଲଗାମ ଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଜଣେ ଓଡିଆ ପର୍ଯ୍ୟଟକଙ୍କ ମୃତୁ୍ୟ ଘଟିଥିବାର ମଧ୍ୟ ସୂଚନା ମିଳିଛି । ସଂପୃକ୍ତ ଓଡିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।