‘ମୁଖ୍ୟମନ୍ତ୍ରୀ ବସ ସେବା’ ସରକାରଙ୍କ କ୍ଷତି କର୍ମଚାରୀ ମାଲେମାଲ୍, ଘରୋଇ ବସ ମାଲିକ ହନ୍ତସନ୍ତ


ାା ପ୍ରଭାନୁ୍ୟଜ ।ା ସିଂହପୁର: ଗାଁକୁ ସହର ସହିତ ଯୋଡିବା, ସାଧାରଣ ମହିଳା, ଛାତ୍ରଛାତ୍ରୀ, କୃଷକ, ଖୁଚୁରା ବ୍ୟବସାୟୀ ସହଜରେ ନିଜ ଅଞ୍ଚଳରୁ ବ୍ଲକ ଓ ଜିଲା ମୁଖ୍ୟାଳୟକୁ ଯାତାୟତ କରିବାର ଲକ୍ଷ ନେଇ ବିଜେଡ଼ି ସରକାର ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ । 
ଲକ୍ଷ୍ମୀବସ ଯୋଜନା କେତେ ଉଦେଶ୍ୟ ସାଧନ ହୋଇପାରିଛି, ତାହା ପଛରେ ପଡ଼ିଯାଇଥିବା ବେଳେ କୋଟିକୋଟି ଟଙ୍କା ଅପବ୍ୟୟର ଅଭିଯୋଗ ଉଠିସାରିଛି । ତେବେ ବିଜେଡ଼ି ସରକାର ହଟିଯିବା ପରେ ଆସିଥିବା ବିଜେପି ସରକାର ଯୋଜନାର ନାମ ପରିବର୍ତ୍ତନ କରି ଲକ୍ଷ୍ମୀ ବସ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ବସ ସେବା କରିଛନ୍ତି । ବସ ଗୁଡିକର ରଙ୍ଗ ଅନେକ ସ୍ଥାନରେ ବଦଳି ଯାଇଛି । ମାତ୍ର ସରକାରଙ୍କ ତହବିଲରୁ ଏହି ବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହାର ସୁଫଳ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ବସ ସେବାକୁ ନେଇ ବିଞ୍ଝାରପୁର ଅଞ୍ଚଳରେ ଏବେ ଘରୋଇ ବସ ମାଲିକ ଓ ମୁଖ୍ୟମନ୍ତ୍ରୀ ବସ ସେବାର କର୍ମଚାରୀ ମାନଙ୍କ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ବସ ସେବାରେ ଲୋକେ ସ୍ୱଳ୍ପ ଅର୍ଥ ବିନିଯୋଗ କରି ଯାତାୟତ କରୁଥିବା ସରକାରୀ ଯୋଜନାରେ ଦର୍ଶାଯାଉଥିଲେ ମଧ୍ୟ ଏଠାରେ ଚିତ୍ର କିନ୍ତୁ ଭିନ୍ନ । କୌଣସି ସାଧାରଣ ଲୋକ ନୁହଁନ୍ତି ବରଂ ଏହି ବସରେ ଦୈନିକ ପୁଳା ପୁଳା ସରକାରୀ କର୍ମଚାରୀ, ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ମୁଖ୍ୟମନ୍ତ୍ରୀ ବସ ସେବାରେ ନିୟୋଜିତ କର୍ମଚାରୀ ସରକାରୀ ଆଧାରରେ ଏମାନଙ୍କ ଠାରୁ ଟିକଟ ମୂଲ୍ୟ ୫ ଓ ୧୦ଟଙ୍କା ଆଦାୟ କରୁଥିଲେ ମଧ୍ୟ ନିଦ୍ଧାରିତ ସୟରେ ସମ୍ପୃକ୍ତ ଶିକ୍ଷାକ, ଶିକ୍ଷୟିତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କୁ ନେବା ଆଣିବା କରିବା ବାବଦରେ ମୋଟା ଅଙ୍କର ଟଙ୍କା ନେଉଛନ୍ତି । ଫଳରେ ଏହି ଯୋଜନାର ପ୍ରକୃତ ଉଦେ୍ଦଶ୍ୟ ସାଧନ ନହେବା ସହିତ ସରକାର କ୍ଷତି ସହୁଥିବା ବେଳେ କର୍ମଚାରୀ ମାନେ ମାଲେ ମାଲ ହେଉଛନ୍ତି । କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟର ପ୍ରଭାର ସିଧାସଳଖ ସ୍ଥାନୀୟ ଅଞ୍ଚଳରଗାଡ଼ିମାଲିକଙ୍କ ଉପରେ ପଡ଼ିଛି । ସରକାରୀ ବସ ବୋଲି କର୍ମଚାରୀ ହାକିମାତି କରି ଘରୋଇ ବସ ଚାଲୁଥିବା ସମୟ ପୂର୍ବରୁ ମନଇଚ୍ଛା ଯାତାୟତ କରୁଛନ୍ତି । ଫଳରେ ଘରୋଇ ବସ ଗୁଡିକରେ ବ୍ୟବସାୟ କମୁଥିବାରୁ ମାଲିକ ଓ କର୍ମଚାରୀ ହାତବାନ୍ଧି ବସିବାକୁ ପଡିଲାଣି । ଯାହାକୁ ନେଇ ବିଞ୍ଝାରପୁର ଅଞ୍ଚଳରେ ଏବେ ମୁଖ୍ୟମନ୍ତ୍ରୀ ବସ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଲାଣି । ବିଞ୍ଝାରପୁର ସୀମାନ୍ତ ବରୀ ବ୍ଲକର ମଧୁସୂଦନପୁର ଠାରୁ ବରୀକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ ସେବାର ମନମାନିକୁ ନେଇ ଘରୋଇ ବସ ମାଲିକ ଅସନ୍ତୋଷ ଜାହିର କରିବା ସହିତ ଯଦି ସରକାର ବା ପ୍ରଶାସନ ଏଦିଗରେ ଉପଯୁକ୍ତ ସମାଧାନ ନକରନ୍ତି ତେବେ ଘରୋଇ ବସ ମାଲିକ ସଂଘ ଆନେ୍ଦାଳନକୁ ଓଲ୍ଲାଇବ ବୋଲି ସିଂହପୁର ଘରୋଇ ବସ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।