ସାହିତ୍ୟ ସମାଜ ପକ୍ଷରୁ ‘ରଜ ଉତ୍ସବ’

ଜାରକା ଠାରେ ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ରଜଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଛତିଆ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଡ଼.ଚନ୍ଦ୍ରକଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ହରିଶଙ୍କର ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ, ଗୋକର୍ଣ୍ଣିକା ସମ୍ପାଦକ ଡ଼.ରମାକାନ୍ତ ଜେନା ଓ ଡ଼.ନିରଞ୍ଜନ ସାହୁ ଅତିଥି ଭାବେ ଯୋଗଦେଇ ରଜପର୍ବର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତି୍ୟକ  ଧ୍ରୁବଚରଣ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଧର୍ମଶାଳା ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ଡ଼.ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ୱତୀୟ ଅଧିବେଶନରେ କବୟିତ୍ରୀ ସବିତା ମିଶ୍ର ଓ କବି ଗଣେଶ୍ୱର ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବୟିତ୍ରୀ ସରୋଜିନୀ ପଣ୍ଡା, କାଦମ୍ବିନୀ ମିଶ୍ର, କବି ଦୀନବନ୍ଧୁ ତ୍ରିପାଠୀ,ଗୋଲକ ଚନ୍ଦ୍ର ପଲେଇ, ଶୁଭକାନ୍ତ ନାୟକ, ଦେବେନ୍ଦ୍ର ପଟ୍ଟନାୟକ, ଯୁଗଳ ଦାସ, ଶଶିଭୂଷଣ ଦ୍ୱାରି ଓ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ସ୍ୱରଚିତ କବିତା ମାନ ପାଠ କରିଥିଲେ । ଶିକ୍ଷକ ଯୁଗଳ କିଶୋର ଦାସ ଧନ୍ୟବାଦ ଦେଇଥିଲେ ।