ଫୁଟବଲ ଟୁର୍ଣ୍ଣାମେଣ୍ଟ; ଖଇରାବାଦ ଚାମ୍ପିଅନ
ଧର୍ମଶାଳା,: ଏହି ବ୍ଲକ ଚୋରମୁହାଁ ମଜାର ପଡିଆରେ ଧର୍ମଶାଳା ସ୍ପୋର୍ଟସ ଏକାଡେମି ପକ୍ଷରୁ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ମ୍ୟାଚରେ ମା’ମଙ୍ଗଳା ଆଥଲେଟିକ ଆସୋସିଏସନକୁ ୧/୪ ଗୋଲରେ ପରାସ୍ତ କରି ଖଇରାବାଦ ଫୁଟବଲ କ୍ଲବ ଚମ୍ପିଆନ ହୋଇଛି । ଫାଇନାଲ ମ୍ୟାଚର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇପାରି ନଥିଲେ । ଫଳରେ ମ୍ୟାଚଟି ଅମିମାଂଶିତ ରହିବାରୁ ଟ୍ରାଇବ୍ରେକର ସହାୟତା ନିଆଯାଇଥିଲା । ଯୋଉଥିରେ ଖାଇରାବାଦ ଫୁଟବଲ କ୍ଲବ ୪/୧ ଗୋଲରେ ବିଜୟୀ ହୋଇଥିଲା । ଟୁର୍ଣ୍ଣମେଣ୍ଟରେ ଯାଜପୁର ଜିଲାର ବଛାବଛା ୮ଗୋଟି ଫୁଟବଲ ଟିମ ଭାଗ ନେଇଥିଲେ । ଖେଳକୁ ରାକେଶ ଜେନା ପରିଚାଳନା କରିଥିବା ବେଳେ ବିକାସ ଦାସ ଓ ସୁମନ ଦାସ ଲାଇନରେ ସହାୟତା କରିଥିଲେ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଯୁବନେତା ରାଜେଶ ପାଳ, ଶରତ ଓଝା, ଲୋକନାଥ ମହାନ୍ତି, ଜଗଦିଶ ମହାନ୍ତି ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ । ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ସଙ୍ଗଠକ ସନ୍ୟାସୀ ମହାନ୍ତି, ବିଚିତ୍ରାନନ୍ଦ ସ୍ୱାଇଁ, ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ରନର୍ସଅପ ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଯୁବସଙ୍ଗଠକ ପ୍ରଫୁଲ୍ଲ କୁମାର ରାଉତଙ୍କ ନେତୃତ୍ୱରେ ସୁମାନ ଦାସ, ରାକେଶ ଜେନା, ସୋମ୍ୟ ରଞ୍ଜନ ଦାସ, ସୁଶନ୍ତ ପଣ୍ଡିତ, ପ୍ରକାଶ ମହାନ୍ତି, ଦେବବ୍ରତ ବେହେରା, ବିଜୟ ବେହେରା, ତପି ସାମଲ, ଧର୍ମେନ୍ଦ୍ର ପ୍ରଧାନ ସହାୟତା କରିଥିଲେ ।