ଆଜି ଏମ୍ସ ଯିବେ ନଡ୍ଡା : ଉଦ୍ଘାଟନ କରିବେ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳା
ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶନିବାର ଏମ୍ସ ଭୁବନେଶ୍ୱର ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍ଘାଟନ କରିବେ । ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ଡାକ୍ତର, ଗବେଷକ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ବିକାଶ ଏବଂ ସୁଦୂରପ୍ରସାରୀ ଚିକିସôା ଗବେଷଣା କ୍ଷେତ୍ରକୁ ସଶକ୍ତ କରିବ ବୋଲି ବିଶ୍ୱାସ ଥିବା ମତବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଆଶୁତୋଷ ବିଶ୍ୱାସ । ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ବହୁମୁଖୀ (ଗ୍ୟାଷ୍ଟ୍ରୋନୋମି) ବ୍ଲକ୍ର ଶିଳାନ୍ୟାସ କରିବେ ।
ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା ଏମ୍ସ ଭୁବନେଶ୍ୱରର ଏକ ନୂତନ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିବେ । ସହଜରେ ଏମ୍ସର ବିଭିନ୍ନ ସେବା ପାଇବାକୁ ଲୋକମାନେ ଏହା ମାଧ୍ୟମରେ ସୂଚନା ପାଇପାରିବେ । ଏହା ବ୍ୟତୀତ ଇଏଚ୍ଏସ୍ କ୍ଲିନିକ୍ ଏବଂ ଅମୃତ୍ ଫାର୍ମାସିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବେ ଶ୍ରୀ ନଡ୍ଡା । ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା ଏମ୍ସର ସାମଗ୍ରୀକ ବିକାଶ ନେଇ ଏକ ବିଶେଷ ସମୀକ୍ଷା ବୈଠକ କରିବେ ।