ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା

 ଆନନ୍ଦପୁର: ଆନନ୍ଦପୁର ପୌର ବିଜେପି ନଗର ମଣ୍ଡଳ ସଭାପତି ହେମନ୍ତ ସାହୁଙ୍କୁ ସମ୍ବର୍ଦ୍ଧିିତ କରାଯାଇଛି । ପ୍ରାକ୍ତନ ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ନିର୍ବାଚନ ସହ ଅଧିକାରୀ ରାମଚନ୍ଦ୍ର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ଉପସଭାପତି ନିରାକାର ଦଳେଇ ନୂତନ ସଭାପତି ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ସୁମତୀ ଜେନା, ପ୍ରଣୟିନୀ ମହାନ୍ତି, ବବିତା ଶତପଥୀ, ଆନନ୍ଦପୁର ମହାବିଦ୍ୟାଳୟ ସାଂସଦ ପ୍ରତିନିଧି ନିରାକାର ସାହୁ, ପଦ୍ମଲୋଚନ ପାଣିଗ୍ରାହୀ, ସନ୍ତୋଷ ଜେନା, ମଇନ ମହାନ୍ତି, ଗୌରାଙ୍ଗ ସିଂ, ରାମଚନ୍ଦ୍ର ରାମଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ନୂତ ସଭାପତି ଶ୍ରୀସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।