ନିମାପଡା କପ୍ କ୍ରିକେଟ :ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ

ନିମାପଡା: ନିମାପଡା ଆର୍ଥଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ଅନୁଷ୍ଠିତ ହେଉଥିବା ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ  ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ ଖୋର୍ଦ୍ଧାର ଇଷ୍ଟକୋଷ୍ଟ ରେଲୱେ ଏବଂ ପାରାଦ୍ୱୀପ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାରାଦ୍ୱୀପ କ୍ରିକେଟ କ୍ଲବକୁ ୭ ୱିକେଟରେ ହରାଇ ଇଷ୍ଟକୋଷ୍ଟ ରେଲୱେ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସ୍ ଜିତି ପାରଦ୍ୱୀପ କ୍ରିକେଟ କ୍ଲବ ବ୍ୟାଟିଂ ନିଷ୍ପତି ନେଇ ପଡିଆକୁ ଓହ୍ଲାଇ ନିର୍ଦ୍ଧାରିତ ୩୦ରୁ ଓଭରରୁ ୨୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବିକାଶ ପରିଡା ୩୨ ଓ ଅକ୍ଷୟ ସିଂ ୩୧ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ରେଲୱେର ବୋଲର ସମୀର ମହାନ୍ତି ୩ଟି, ପ୍ରଦୀପ ଦାସ ଓ ଜୟନ୍ତ ବେହେରା ଉଭୟ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଇଷ୍ଟକୋଷ୍ଟ ରେଲୱେ ବ୍ୟାଟିଂ କରି ପ୍ରଦୀପ ଦାସଙ୍କ ୬୦ ଓ ଅଙ୍କିତ ଯାଦବଙ୍କ ୩୨ ରନ ସହାୟତାରେ ୧୭ ଓଭର ଖେଳି ୩ଟି ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲେ । ରେଲୱେ ଦଳର ଖେଳାଳି ପ୍ରଦୀପ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥି ଭାବେ ଓଡିÿଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରାକେଶ ମହାନ୍ତି, ଆର୍ଥଲେଟିକ ଆସୋସିଏସନ ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରିଥିଲୋ